Home ମନୋରଞ୍ଜନ ସାମ୍ନାକୁ ଆସିଲା ନେହାଙ୍କ ବିବାହ କାର୍ଡ

ସାମ୍ନାକୁ ଆସିଲା ନେହାଙ୍କ ବିବାହ କାର୍ଡ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରସିଦ୍ଧ କଣ୍ଠଶିଳ୍ପୀ ନେହା କକ୍କର ଓ ରୋହନ ପ୍ରୀତ୍ ସିଂ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣାପଡୁଛି । ଏବେ ଦୁହିଁଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହା ତାଙ୍କ ଫ୍ୟାନ୍ କ୍ଲବ୍ ପକ୍ଷରୁ ସେୟାର ହୋଇଛି । ସେଥିରେ ମଧ୍ୟ ସ୍ପଷ୍ଟ ଦେଖାଯାଉଛି ଯେ ନେହା ଏବଂ ରୋହନ ପ୍ରୀତ୍ ଅକ୍ଟୋବର ୨୬ରେ ପଞ୍ଜାବରେ ବିବାହ କରିବାକୁ ଯାଉଛନ୍ତି । ଏନେଇ ଦୁହିଁଙ୍କ ପକ୍ଷରୁ କିଛି ମୁହଁ ଖୋଲି ନାହାନ୍ତି । ଗତ କିଛି ଦିନ ହେବ ରୋହନ ପ୍ରୀତ୍ ଓ ନେହାଙ୍କ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଅନ୍ୟପଟେ ରୋହନ ଓ ନେହାଙ୍କ ଏକ ମ୍ୟୁଜିକ୍ ଭିଡିଓରେ ‘ବ୍ୟାହ’ରେ କାମ କରିଥିଲେ ତାହା ଆସନ୍ତା ୨୧ରେ ତାରିଖରେ ମୁକ୍ତି ଲାଭ କରିବ । ଏହି ଭିଡିଓରେ ନେହା ରୋହନଙ୍କୁ ଲକଡାଉନ୍ ବିବାହ କଥା କହୁଛନ୍ତି ଏବଂ ନେହାଙ୍କୁ ସେ ଡାଇମଣ୍ଡ ରିଙ୍ଗ୍ ପିନ୍ଧାଉଥିବାର ଦେଖାଯାଇଛି । ଏହି ଭିଡିଓଟି ରୋହନଙ୍କ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ରାଜ୍ୟର ଖବର

ଆଜିଠୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ

ମେଟ୍ରୋ ଟିଭି ବ୍ୟୁରୋ :ମହାମାରୀ କରୋନା କଟକଣା ମଧ୍ୟରେ ଆଜି ଟାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଏହି ଉତ୍ସବ ଚଳିତ ବର୍ଷ ୫ ଦିନଧରି ଚାଲିବାକୁ ଥିବା ବେଳେ...

ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ୍

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ରାଜ୍ୟର ସମସ୍ତ ସ୍କୁଲ ମେଡିକାଲ କଲେଜ୍ ଦୀର୍ଘ ମାସ ହେଲା ବନ୍ଦ ରହିଥିଲା । ଏହି କାରଣରୁ ଅନେକ ଛାତ୍ର ଓ ଛାତ୍ରୀଙ୍କ...

ଆଜିଠାରୁ ରାଜ୍ୟର ସମସ୍ତ ରୁଟରେ ଗଡିବ ‘ମୋ ବସ’‌

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ଗତ କିଛି ଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଆଜିଠାରୁ ରାଜ୍ୟର ସମସ୍ତ ରୁଟ ରେ ଗଡିବ ମୋ...

ଦେଶ-ବିଦେଶ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ବାଇଡେନ ଆହତ

ମେଟ୍ରୋ ଟିଭି ବ୍ୟୁରୋ: ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହାତ ଜୋ ବାଇଡେନ । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଦିଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି...

ପ୍ରଧାନମନ୍ତ୍ରୀଙ୍କ ଟିକା ଅଭିଯାନ ; ଜାଇଡସ୍‌, ଭାରତ ବାୟୋଟେକ୍ ଏବଂ ସେରମ ଈନଷ୍ଟିଚ୍ୟୁଟ୍ କୋଭିଡ୍ ଟିକାର ପ୍ରସ୍ତୁତି ନେଇ କରିବେ ତଦାରଖ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଅଭିଯାନ । ଆଜି ଜାଇଡସ୍ , ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡକୁ ଧରାଇଦେଲେ ଅର୍ଥରାଶି ପୁରଷ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି ଆମେରିକା

ମେଟ୍ରୋ ଟିଭି ବ୍ୟୁରୋ :୨୬ /୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ହମଲାରେ ୧୨ ବର୍ଷ ପରେ ମଧ୍ୟ ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ରାଶି ପୁରଷ୍କାର ଘୋଷଣା କରିଛି ।...