Entertainment

ଡରାଇବେ ନର୍ଗିସ୍

  •  
  • 2
  •  
  •  
  •  
  •  
  •  
    2
    Shares

ନର୍ଗିସ୍ ଫଖ୍ରୀଙ୍କ ହାତରେ ଏବେ ଦୁଇ ଦୁଇଟି ଫିଲ୍ମ । ଗୋଟିଏ ହେଲା ‘ତାରେବାଜ୍’ । ଏଥିରେ ସେ ସଞ୍ଜୟ ଦତ୍ତଙ୍କ ସହ ଅଭିନୟ କରିବେ । ଦ୍ୱିତୀୟଟି ‘ଅମାବାସ୍ୟା’; ଯେଉଁଥିରେ ସେ ସଚିନ୍ ଯୋଶୀଙ୍କ ସହ ଦେଖାଦେବେ । ଏହାର ନିର୍ଦ୍ଦେଶନା ଦାୟିତ୍ୱ ଗ୍ରହଣ କରିଛନ୍ତି ଭୂଷଣ ପଟେଲ । ଆସନ୍ତା ଡିସେମ୍ବର ୧୪ରେ ଫିଲ୍ମଟି ରିଲିଜ୍ ହେବ । ଫିଲ୍ମଟି ଏକ ହରର୍ କାହାଣୀ ଉପରେ ପର୍ଯ୍ୟବସିତ । ଏମିତିରେ ହରର୍ ଫିଲ୍ମର ଦର୍ଶକଙ୍କ ସଂଖ୍ୟା ଅଧିକ । ଏମାନେ କମେଡି କିମ୍ବା ରୋମାନ୍ସଠୁ ଅଧିକ ଭୟାନକ କାହାଣୀକୁ ପ୍ରାଧାନ୍ୟ ଦେଇଥାନ୍ତି । ତେଣୁ ସେମାନଙ୍କ ପସନ୍ଦକୁ ନଜରରେ ରଖାଯାଇ ‘ଅମାବାସ୍ୟା’ ତିଆରି ହୋଇଛି । ତେବେ ନର୍ଗିସ୍ଙ୍କର ହିନ୍ଦୀ ଭାଷା ଦୁର୍ବଳ ଥିବାରୁ ପ୍ରଯୋଜନା ସଂସ୍ଥା ତାଙ୍କ ପିଛା କଠିନ ପରିଶ୍ରମ କରୁଛନ୍ତି । ଚାହିଁଥିଲେ ନିର୍ଦ୍ଦେଶକ ଫିଲ୍ମ ପାଇଁ କୌଣସି ଦକ୍ଷ ତଥା ହିନ୍ଦୀ ଅଭିନେତ୍ରୀଙ୍କୁ ନେଇପାରିଥାନ୍ତେ । କିନ୍ତୁ ଭୂଷଣ ପଟେଲ୍ ଏଭଳି ଜଣେ ନିର୍ଦ୍ଦେଶକ ଯିଏ ଅଣ ଅଭିନେତ୍ରୀଙ୍କଠୁ ବି ନିଜ ଅଭିନେତ୍ରୀଙ୍କଠୁ ବି ନିଜ କାମ ହାସଲ କରିବାରେ ସଫଳ ହୋଇଥାନ୍ତି । ଏଣୁ ସମସ୍ତଙ୍କ ନଜର୍ ରହିଛି ନର୍ଗିସ୍ଙ୍କ ଉପରେ । ଦେଖାଯାଉ ଅମାବାସ୍ୟା ଫିଲ୍ମଟି ଲୋକଙ୍କୁ ଭୟଭୀତ କରିବାରେ କେତେ ସଫଳ ହେଉଛି ।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...