Entertainment

ଡରକୁଳି ଶ୍ରଦ୍ଧା

  •  
  • 5
  •  
  •  
  •  
  •  
  •  
    5
    Shares

ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ଖୁବ୍ ଡରକୁଳି । ଅନ୍ୟ କେହି ନୁହେଁ, ଶ୍ରଦ୍ଧା ନିଜେ ଏକଥା କହିଛନ୍ତି । ନିକଟରେ ରିଲିଜ୍ ହୋଇଥିବା ତାଙ୍କ ଅଭିନୀତ ‘ସ୍ତ୍ରୀ’ ଫିଲ୍ମ ସମ୍ପର୍କରେ କହିବାକୁ ଯାଇ ଶ୍ରଦ୍ଧା କହିଛନ୍ତି, ଫିଲ୍ମରେ ମୋ ଚରିତ୍ରଟି ଦର୍ଶକଙ୍କୁ ଡରେଇ ପାରୁଛି କି ନାହିଁ ତାହା ଭିନ୍ନ କଥା । ମାତ୍ର ମୁଁ ଖୁବ୍ ଶୀଘ୍ର ଡରିଯାଏ । ସୂଚନାଯୋଗ୍ୟ, ସ୍ତ୍ରୀର କାହାଣୀ ଜଣେ ଭୂତୁଣୀ ଉପରେ ଆଧାରିତ; ଯିଏ ରାତିରେ ଲୋକଙ୍କ କବାଟ ଠକ୍ ଠକ୍ କରେ । ୩୧ବର୍ଷୀୟା ଶ୍ରଦ୍ଧାଙ୍କ କହିବା କଥା, ବାସ୍ତବ ଜୀବନରେ ସେ ଖୁବ୍ ଡରକୁଳି । ଏହା ସଞ୍ଚେତ୍ତ୍ୱ ‘ଏକ୍ସୋସିର୍ସମ୍ ଅଫ୍ ଏମିଲି ରୋଜ୍’ ଓ ‘ଦ ରିଙ୍ଗ୍’ ଭଳି ଭୟ ସୃଷ୍ଟିକରୁଥିବା ଶୋ’ ସେ ନିୟମିତ ଦେଖନ୍ତି । ସ୍ତ୍ରୀ ଫିଲ୍ମ ବିଷୟରେ ଶ୍ରଦ୍ଧାଙ୍କ କହିବା କଥା, ରାଜକୁମାର ରାଓ ଏବଂ ପଙ୍କଜ ତ୍ରିପାଠୀଙ୍କ ଭଳି କଳାକାରଙ୍କ ସହିତ କାମ କରିବା ଭାଗ୍ୟର କଥା । ସେମାନଙ୍କ ସହିତ କାମ କରିବା ପାଇଁ ସୁଯୋଗ ମିଳିବା କୌଣସି ମୂଲ୍ୟବାନ ଉପହାରଠୁ କମ୍ ନୁହେଁ । ତାଙ୍କ ସହିତ କାମ କରିବା ଖୁବ୍ ରୋମାଞ୍ଚକର ଓ ଅନେକ କିଛି ଶିଖିବାକୁ ମିଳିଛି ବୋଲି କହିଛନ୍ତି ଶ୍ରଦ୍ଧା ।

Loading...
  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...