Entertainment

କିଆରାଙ୍କ ସ୍ୱପ୍ନ ଅଧୁରା

  •  
  • 4
  •  
  •  
  •  
  •  
  •  
    4
    Shares

ଇତି ମଧ୍ୟରେ ଚାରିବର୍ଷ ବିତିଗଲାଣି। ସେ ପୁଣି ଥରେ ବଡ଼ ପରଦାରେ ମୁହଁ ଦେଖାଇବେ ବୋଲି ଗୋଡ଼ ଟେକି ବସିଛନ୍ତି। ହେଲେ କୌଣସି ପ୍ରଯୋଜକ ତାଙ୍କୁ ଆଡ଼ ଆଖିରେ ଅନାଉ ନାହାନ୍ତି। ତଥାପି ବଲିଉଡ୍‌ରେ ନିଜର ଆକ୍ଟିଂ କ୍ୟାରିୟରକୁ ନେଇ ଆଶାବାଦୀ ଅଛନ୍ତି କିଆରା ଆଡଓ୍ବାନୀ। ‘ଫୁଗଲି’ (୨୦୧୪)ରେ ତାଙ୍କୁ ବ୍ରେକ୍‌ ମିଳିଥିଲା। ପ୍ରଥମ ସିନେମାକୁ ନେଇ ଅନେକ ରଙ୍ଗିନ ସ୍ବପ୍ନ ଦେଖିଥିଲେ, ହେଲେ ସବୁ କିଛି ପାଣି ଫୋଟକା ପରି ମିଳାଇଗଲା। ପ୍ରଥମ ଫିଲ୍ମ ଫ୍ଲପ ହେଲା ସେ ନେଇ ମନଦୁଃଖ ନାହିଁ, ହେଲେ ତା’ପରେ ତାଙ୍କୁ ଗୋଟିଏ ହେଲେ ଅଫର ମିଳିଲା ନାହିଁ। ‘ଆକ୍ଟିଂକୁ ନେଇ ମୋ ନିଜ ଉପରେ ଭରସା ରହିଛି। ହେଲେ ମୋତେ କ’ଣ ପାଇଁ ପ୍ରଯୋଜକ ଅଫର ଦେଉନାହାନ୍ତି ତାହାର କାରଣ ମୁଁ ଜାଣିପାରୁନାହିିଁ। ଅବଶ୍ୟ ୟା ଭିତରେ ମୋତେ ଗୋଟିଏ ଫିଲ୍ମ ଅଫର ମିଳିଥିଲା, ହେଲେ କେତୋଟି ସିନ୍‌କୁ ନେଇ ମୁଁ ରାଜି ହୋଇ ନ ଥିଲି। ଏଥିରେ ମୋତେ ଅଯଥାରେ ୨-୩ଟି ବୋଲ୍ଡ ଶଟ୍‌ ଦେବାକୁ କୁହାଯାଇଥିଲା। ଯେହେତୁ ଏହି ଶଟ୍‌ଗୁଡ଼ିକର କାହାଣୀ ସହ କୌଣସି ସଂଯୋଗ ନ ଥିଲା ତେଣୁ ମୁଁ ରାଜି ହୋଇ ନ ଥିଲି ବୋଲି କହିଛନ୍ତି କିଆରା।’ ନିକଟରେ କିଆରା ତାଙ୍କର ୨୬ତମ ଜନ୍ମଦିନ ପାଳନ କରିଥିଲେ। ଏହି ବାର୍ଥ ଡେ’ ଫଙ୍କଶନ୍‌ରେ ବଲିଉଡ୍‌ର କେତେଜଣ ନାମୀ ପ୍ରଯୋଜକଙ୍କୁ ଦେଖିବାକୁ ମିଳିଥିଲା। ତେବେ କାରିଆ ହିନ୍ଦୀ ସିନେମାରେ ତାଙ୍କର ଆକ୍ଟିଂ କ୍ୟାରିୟରକୁ କେତେ ଆଗକୁ ନେଉଛନ୍ତି ତାହା ଆଗାମୀ ସମୟ ହିଁ କହିବ।

Loading...
  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...