Entertainment

କପିଲଙ୍କ ପାଇଁ ଡବଲ୍ ଖୁସି

  •  
  • 35
  •  
  •  
  •  
  •  
  •  
    35
    Shares

ଥାରେ ଅଛି ଯେତେବେଳେ ଜୀବନରେ ଦୁଃଖ ଆସେ ଭାଇ, ବନ୍ଧୁ, କୁଟୁମ୍ବ ସମସ୍ତଙ୍କୁ ସାଙ୍ଗରେ ଧରି ଆସେ। ଆଉ ଭଗବାନ୍‌ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି।ଆଉ ଏହି କଥାଟିର ଯଥାର୍ଥତା କମେଡି କିଙ୍ଗ୍‌ କପିଲ୍‌ ଶର୍ମାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ବିବାଦ ଘେରରେ ଏବଂ ଶାରିରୀକ ତଥା ମାନସିକ କ୍ଷେତ୍ରରେ ଅସୁସ୍ଥ ରହିବା ପରେ ଏବେ ପୁଣି ଥରେ ସେ ନିଜ ସୁପରହିଟ୍‌ ଶୋ’ ଜରିଆରେ ଛୋଟ ପରଦାକୁ କମ୍‌ବ୍ୟାକ୍‌ କରୁଛନ୍ତି।

ମାନେ ବୁଝି ପାରୁଥିବେ। କପିଲ୍‌ ପୁଣି ଆସୁଛନ୍ତି, ଆପଣଙ୍କୁ ହସେଇ ହସେଇ ବେଦମ୍‌ କରିବେ ବୋଲି।ଏହା ଛଡ଼ା କପିଲ୍‌ଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ଆଉ ଏକ ଖୁସି ଖବର ଶୁଣିବାକୁ ମିଳୁଛି। ଏହି ଖୁସି ଖବରଟି କ’ଣ ଜାଣିଛନ୍ତି। ଏହା ହେଉଛି ତାଙ୍କ ବାହାଘର। ଆଜ୍ଞା ହଁ କପିଲ୍‌ଙ୍କ ଘରେ ବହୁତ୍‌ ଜଲ୍‌ଦି ଶଙ୍ଖ ମହୂରୀ ବାଜିବାକୁ ଯାଉଛି। ରିପୋର୍ଟ ମୁତାବଗକ କପିଲ୍‌ ନିଜ ଗର୍ଲଫ୍ରେଣ୍ଡ୍‌  ଗିନ୍ନୀ ଚତରଥ୍‌ଙ୍କୁ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି।

Loading...

ଏଥିପାଇଁ  ସେ ପ୍ରସ୍ତୁତି ବି କରି ସାରିଲେଣି। ବିବାହର ସବୁ ରୀତି ଅମୃତସର ପଞ୍ଜାବରେ ଅନୁଷ୍ଠିତ ହେବ । ଏହାପରେ କପିଲ୍‌ ଓ ଗିନ୍ନୀ ନିଜ ଖାସ୍‌ ବନ୍ଧୁମାନଙ୍କ ପାଇଁ ମୁମ୍ବାଇରେ ରିସେପ୍‌ସନ୍‌ ପାର୍ଟିର ଆୟୋଜନ କରିବେ। ଖବର ମୁତାବକ ଦୁହିଁଙ୍କ ବିବାହ ପାରମ୍ପରିକ ରିତିନୀତିରେ ହେବ।କପିଲ୍‌ ଓ ଗିନ୍ନୀ ଦୁହେଁ ପରସ୍ପରକୁ କଲେଜ୍‌ ଟାଇମ୍‌ରୁ ଜାଣିଛନ୍ତି।  କିଛିମାସ ପୂର୍ବରୁ କପିଲ୍‌ ନିଜ ସମ୍ପର୍କ ବିଷୟରେ ସୋଶାଲ୍‌ ମିଡିଆରେ ସମସ୍ତଙ୍କୁ ଜଣାଇଥିଲେ

  •  
    35
    Shares
  •  
  • 35
  •  
  •  
  •  
  •  
Loading...

Join The Discussion

Loading...