Entertainment

ଶାଢ଼ିର ଏକ ଯାଦୁକରୀ ଶକ୍ତି ରହିଛି : କଙ୍ଗନା

  •  
  • 4
  •  
  •  
  •  
  •  
  •  
    4
    Shares

ଶାଢ଼ି ପିନ୍ଧିଲେ ଖୁବ୍‌ ହାଲୁକା ଓ ସହଜ  ଅନୁଭବ କରେ ବୋଲି ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ପ୍ରକାଶ କରିଛନ୍ତି। ଖୁବ୍‌ ବିଳମ୍ବରେ ଶାଢ଼ି ପିନ୍ଧିବା ଅଭ୍ୟାସ କଲି। କାରଣ ପାର୍ବତ୍ୟାଞ୍ଚଳରେ ବାସ କରୁଥିବାରୁ ସେଠାରେ ଶାଢ଼ି ପିନ୍ଧିବାର ପରମ୍ପରା ନାହିଁ। ଅଭିନୟ ଜୀବନ ଆରମ୍ଭ ହେବାପରେ ଶାଢ଼ି ପ୍ରତି ତାଙ୍କର ଆଦର ଧୀରେଧୀରେ ବଢ଼ିବାକୁ ଲାଗିଲା। ଅଭିନୟ ମାଧ୍ୟମରେ ସେ ବିଭିନ୍ନ ସ୍ଥାନକୁ ଭ୍ରମଣ କରିବାର ସୁଯୋଗ ପାଇଲେ ଏବଂ ବିଭିନ୍ନ ସଂସ୍କୃତିକୁ ମଧ୍ୟ ଦେଖିଲେ। ଏହାପରେ ଶାଢ଼ି ପିନ୍ଧିବାର ଅଭ୍ୟାସ ଆରମ୍ଭ ହେଲା। ଶାଢ଼ି ପିନ୍ଧିବା ଦ୍ୱାରା ଅଧିକ ମୁକ୍ତ ଓ ହାଲୁକା ଲାଗେ। ଏହାଦ୍ୱାରା ସେ ନିଜକୁ ଭଲ ଭାବେ ବ୍ୟକ୍ତ କରିପାରିଲେ। ଶାଢ଼ିର ଏକ ଯାଦୁକରୀ ଶକ୍ତି ରହିଛି। ଶାଢ଼ିକୁ ପ୍ରଶଂସା କରିବାବେଳେ ଆମ ଦେଶର ବୁଣାକାରଙ୍କ ପ୍ରତି ସେ ମଧ୍ୟ ସମ୍ବେଦନା ପ୍ରକାଶ କରିଛନ୍ତି। ବହୁ ହସ୍ତତନ୍ତ ଓ କୁଟୀରଶିଳ୍ପ ଅଦୃଶ୍ୟ ହୋଇଗଲାଣି। ଯୁବ ସମ୍ପ୍ରଦାୟ ମଧ୍ୟରେ ସିନ୍ଥେଟିକ୍‌ ଫାଇବର ଲୋକପ୍ରିୟତା ହାସଲ କରିଥିବା ବେଳେ ହସ୍ତତନ୍ତ ବୁଣାକାରମାନେ କ୍ଷତିଗ୍ରସ୍ତ ହୋଇଥିବା ସେ କହିିଥିଲେ। ଏକ ହସ୍ତତନ୍ତ ଶାଢ଼ି ଶୋ’ ରୁମ୍‌ ଲଞ୍ଚ୍‌ ଅବସରରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ ‘କୁଇନ୍‌’ ଅଭିନେତ୍ରୀ କଙ୍ଗନା ଏହା ପ୍ରକାଶ କରିଥିଲେ।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...