Entertainment

ଏହି କାମ ବି କରି ପାରନ୍ତି କଙ୍ଗନା

  •  
  • 3
  •  
  •  
  •  
  •  
  •  
    3
    Shares

ବିଟାଉନ୍ କୁଇନ୍ କଙ୍ଗ୍ନା ରଣାୱତ୍ଙ୍କ ଅଭିନୟ ଦକ୍ଷତା ଏବଂ ପରାକାଷ୍ଠା କାହା ପାଖରେ ଅଛପା ନାହିଁ । ଛୋଟ ମୋଟ ଚରିତ୍ରରୁ ଆଜି ସେ ମୁଖ୍ୟ ନାୟିକାର ସୋପାନକୁ ବଜାୟ ରଖିଛନ୍ତି । ଏଥିପାଇଁ କିନ୍ତୁ ତାଙ୍କୁ ଉଠାଇବାକୁ ପଡ଼ିଛି ଅନେକ ପରିଶ୍ରମ । ଯନ୍ତ୍ରଣା ଜର୍ଜରିତ ବାଧାବିଘ୍ନକୁ ପଛରେ ପକାଇ ଆଜି ଟପ୍ ଲିଷ୍ଟ୍ରେ ସ୍ଥାନ ପାଇଛନ୍ତି । ଏପ୍ରସଙ୍ଗ ଉଠାଇବାର ମୂଳ କାରଣ ହେଉଛି ନିକଟରେ ତାଙ୍କୁ ଐତିହାସିକ ଫିଲ୍ମ ‘ମଣିକର୍ଣ୍ଣିକା: ଦି କ୍ୱିନ୍ ଅଫ୍ ଝାନ୍ସୀ’ର ଏଡିଟିଙ୍ଗ୍ ପ୍ରକ୍ରିୟାରେ ଭାଗ ନେବାକୁ କୁହାଯାଇଥିଲା । ଯେଉଁଥିରେ ସେ ମୁଖ୍ୟ ଚରିତ୍ର ଅର୍ଥାତ୍ ରାଣୀ ଲକ୍ଷ୍ମୀବାଈଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଭାବୁଥିଲେ ଶୁଟିଂ ସେଟ୍ର କଳାକାରମାନେ । କିନ୍ତୁ କଙ୍ଗ୍ନା ତୁରନ୍ତ ହଁ ଭରିଥିଲେ ଏବଂ ଏଡିଟିଙ୍ଗ୍ କାର୍ଯ୍ୟକୁ ସୁରୁଖୁରୁରେ କରିଥିଲେ । ଏଭଳି ଅସମ୍ଭବକୁ ସେ ସହଜରେ କିପରି ସମ୍ଭବ କଲେ ବୋଲି ପଚାରିବାରୁ କଙ୍ଗ୍ନା କହିଥିଲେ, ୨୩/୨୪ ବର୍ଷ ବୟସର ହୋଇଥିଲେ ଯେତେବେଳେ ନିଜ ପ୍ରଥମ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ୧୦ ମିନିଟ୍ର ଏକ ଶର୍ଟ ଫିଲ୍ମରେ କିଛି ଅନ୍ତରାଷ୍ଟ୍ରୀୟ କଳାକାରଙ୍କ ସହ ମିଶି ଶୁଟିଂ କରିଥିଲେ । ସେ ସମୟରେ ଫିଲ୍ମ ଲାଇନ୍କୁ ଆସିବାକୁ ସଂଘର୍ଷ ଜାରି ରଖିଥିଲେ କଙ୍ଗ୍ନା । ‘ଡବଲ୍ ଧମାଲ୍’ ଭଳି ଫିଲ୍ମରେ ଛୋଟ ମୋଟ ଚରିତ୍ର ନିର୍ବାହ କରୁଥିଲେ । ସେବେଠୁ ନିର୍ଦ୍ଦେଶନା, ଏଡିଟିଙ୍ଗ୍ ଏବଂ ରାଇଟିଙ୍ଗ୍ କ୍ଷେତ୍ରରେ ପାରଙ୍ଗମ ହାସଲ କରିଛନ୍ତି କଙ୍ଗ୍ନା । ଏଣୁ ଏଭଳି ପ୍ରବୀଣାଙ୍କ ପାଇଁ କିଛି ଅସମ୍ଭବ ନୁହେଁ ଏହା ସ୍ପଷ୍ଟ ବାରିହେଉଛି ।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...