Entertainment

ପ୍ରଭୁଦେବାଙ୍କ ବିଷୟରେ କ’ଣ କହିଲେ କ୍ୟାଟ୍ରିନା ଜାଣନ୍ତୁ

  •  
  • 3
  •  
  •  
  •  
  •  
  •  
    3
    Shares

କୋରିଅଗ୍ରାଫର ତଥା ଫିଲ୍ମ ନିର୍ଦ୍ଦେଶକ ପ୍ରଭୁଦେବାଙ୍କୁ ବହୁତ ପ୍ରଶଂସା କରିଛନ୍ତି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ । ସେ କହିଛନ୍ତି ପ୍ରଭୁଦେବା ନିଜର ଅଦ୍ଭୁତ କୋରିଅଗ୍ରାଫି ଦ୍ୱାରା ବହୁ ଗୀତକୁ ହିଟ୍ କରାଇବାରେ ପ୍ରମୁଖ ଭୂମିକା ନିଭାଇଛନ୍ତି । କ୍ୟାଟ୍ରିନାଙ୍କ ଆଗାମୀ ଫିଲ୍ମ “ଠଗ୍ସ ଅଫ୍ ହିନ୍ଦୁସ୍ତାନ’ର ସୁରେଯ୍ୟା ଗୀତରେ କୋରିଆଗ୍ରାଫି ପ୍ରଭୁଦେବା କରିଛନ୍ତି । ଏହି ଅବସରରେ କ୍ୟାଟ୍ରିନାଙ୍କୁ ପ୍ରଭୁଦେବା ଡ୍ୟାନ୍ସ ଶିଖାଇଛନ୍ତି । ପ୍ରଭୁଦେବାଙ୍କ କାମକୁ କ୍ୟାଟ୍ରିନା ପସନ୍ଦ କରିବା ସହ ସେ ଜଣେ କୁଶଳୀ କଳାକାର ଏବଂ ମୁଁ ତାଙ୍କୁ ବହୁତ ସମ୍ମାନ କରିବେ ବୋଲି କହିଛନ୍ତି । ପ୍ରଭୁଦେବାଙ୍କ ଗୀତ “ମୁକାବଳା’ ମୋର ସବୁବେଳେ ପସନ୍ଦର ଗୀତ ହୋଇ ରହିବ ବୋଲି କହିଛନ୍ତି । ଫିଲ୍ମ ଠଗ୍ସ ଅଫ୍ ହିନ୍ଦୁସ୍ତାନରେ କ୍ୟାଟ୍ରିନା ଅମିର ଖାନଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଫିଲ୍ମ ଜରିଆରେ କ୍ୟାଟ୍ରିନା ପ୍ରଥମ ଥର ପାଇଁ ପ୍ରଭୁଦେବାଙ୍କ ସହିତ କାମ କରିବାର ସୁଯୋଗ ପାଇଛନ୍ତି ।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...