Entertainment

ପରଦାରେ ରାଜ୍ କରୁଛି ‘ଇସ୍କ ପୁଣି ଥରେ’

  •  
  • 6
  •  
  •  
  •  
  •  
  •  
    6
    Shares

ପରଦାକୁ ଆସିଛି ରତ୍ନା ଫିଲ୍ମସ୍ର ଚଳଚ୍ଚିତ୍ର ‘ଇସ୍କ ପୁଣି ଥରେ’ । ତରଙ୍ଗ ସିନେ ପ୍ରଡକ୍ସନ୍ ଏହାର ସହଯୋଗୀ ସଂସ୍ଥା ଭାବେ ଠିଆ ହୋଇଛି । ତରଙ୍ଗର ଏହା ୧୪ତମ ଚଳଚ୍ଚିତ୍ର । ‘ଇସ୍କ ପୁଣି ଥରେ’ର ମୁଖ୍ୟ ନାୟକ, ନାୟିକା ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ଯଥାକ୍ରମେ ଅରିନ୍ଦମ୍ ଓ ଏଲିନା । ତିନି ବର୍ଷ ତଳେ ଉଭୟେ ‘ଇସ୍କ ତୁ ହି ତୁ’ ଜରିଆରେ ପ୍ରଥମ ଥର ପାଇଁ ଏକାଠି ହୋଇଥିଲେ । ଏ ଫିଲ୍ମର କାହାଣୀ, ସେଥିରେ ଉଭୟଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ବିଶେଷକରି ଫିଲ୍ମର ଗୀତ ଦର୍ଶକ-ଶ୍ରୋତାଙ୍କ ମନକୁ ପାଇଥିଲା । ଦର୍ଶକ ଅରିନ୍ଦମ ଓ ଏଲିନାଙ୍କୁ ପୁଣି ଥରେ କୌଣସି ଫିଲ୍ମରେ ଦେଖିବାକୁ ଉକ୍ରଣ୍ଠାର ସହ ଚାହିଁ ରହିଥିଲେ । ତିନି ବର୍ଷର ପ୍ରତୀକ୍ଷା ଶେଷ ହୋଇଛି ଓ ଗଣେଶ ପୂଜାରେ ପ୍ରେକ୍ଷାଳୟକୁ ଆସିଛି ‘ଇସ୍କ ପୁଣି ଥରେ’ । ଫ୍ୟାମିଲି ଡ୍ରାମା ସାଙ୍ଗକୁ କମେଡି, ଲଭ୍, ରୋମାନ୍ସ ଆଦି ରହିଛି ଫିଲ୍ମରେ । ଅରିନ୍ଦମ ଓ ଏଲିନାଙ୍କ କେମିଷ୍ଟ୍ରିକୁ ଦର୍ଶକ ପୁଣି ଥରେ ପସନ୍ଦ କରିଛନ୍ତି । ବଡ଼କଥା ହେଉଛି, ଫିଲ୍ମଟି ଓଡ଼ିଶାର ଅନେକ ଆକର୍ଷଣୀୟ ଲୋକେସନ୍ରେ ଶୁଟିଂ ହୋଇଛି, ଯେଉଁଠି ପୂର୍ବରୁ କୌଣସି ଓଡ଼ିଆ ସିନେମା ଶୁଟିଂ ହୋଇନଥିବା କୁହାଯାଉଛି ।

  •  
    6
    Shares
  •  
  • 6
  •  
  •  
  •  
  •  
Loading...

Join The Discussion

Loading...