Entertainment

‘ମୋଷ୍ଟ ଡେଞ୍ଜରସ୍ ସେଲିବ୍ରିଟି’ ତାଲିକାରେ ଶୀର୍ଷରେ ଇଲିଆନା

  •  
  • 91
  •  
  •  
  •  
  •  
  •  
    91
    Shares

ବଲିଉଡ୍ ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍ ମ୍ୟାକାଫିର ‘ମୋଷ୍ଟ ଡେଞ୍ଜରସ୍ ସେଲିବ୍ରିଟି’ ତାଲିକାରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି । ଗତ ବର୍ଷ କପିଲ ଶର୍ମା ଏ ଲିଷ୍ଟର ଟପ୍ରେ ଥିଲେ । ଏ ବର୍ଷର ସର୍ଭେ ଗତ ବର୍ଷର ଲିଷ୍ଟ ତୁଳନାରେ ଓଲଟା । ଗତ ବର୍ଷ ପ୍ରଥମ ତିନୋଟି ସ୍ଥାନ ପୁରୁଷ କଳାକାର କବ୍ଜା କରିନେଇଥିଲେ । ମ୍ୟାକାଫିର ମୋଷ୍ଟ ସେନ୍ସେସନାଲ୍ ସେଲିବ୍ରିଟି ସର୍ଭେ ଅନୁସାରେ, ହ୍ୟାକର୍ସ ଇଲିଆନାଙ୍କ ନାଁରେ ୟୁଜର୍ସଙ୍କୁ ଭାଇରସ୍ବାଲା ୱେବ୍ସାଇଟ୍ ଆଡ଼କୁ ଆକର୍ଷିତ କରନ୍ତି । ଇଲିଆନାଙ୍କ ପରେ ଏହି ତାଲିକାରେ ପ୍ରିୟଙ୍କା ଚୋପ ଦୀପିକା ପାଦୁକୋନ, ପ୍ରୀତି ଜିଣ୍ଟା, ତବୁ, ଅକ୍ଷୟ କୁମାର, ରିଷି କପୁରଙ୍କ ନାମ ରହିଛି । ସାଇବର କ୍ରାଇମ୍ର ଏହି ଜାଲରୁ ବର୍ତ୍ତିବା ପାଇଁ ସାଇଟ୍ ୟୁଜର୍ସଙ୍କୁ ସେଲିବ୍ରିଟି ସର୍ଚ୍ଚ କରିବାବେଳେ କେବଳ ବିଶ୍ୱସନୀୟ ସାଇଟ୍କୁ ଯିବା ପାଇଁ ପରାମର୍ଶ ଦେଇଥାଏ । ମୋଷ୍ଟ ଡେଞ୍ଜରସ୍ ସେଲିବ୍ରିଟି ଇଲିଆନା ବର୍ତ୍ତମାନ ତେଲୁଗୁ ଫିଲ୍ମ ‘ଅମର ଅକବର ଏନ୍ଥନି’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ପୂର୍ବରୁ ଇଲିଆନା ଅଜୟ ଦେବଗନଙ୍କ ସହିତ ଫିଲ୍ମ ‘ରେଡ୍’ରେ ଦେଖିବାକୁ ମିଳିଥିଲେ ।

  •  
    91
    Shares
  •  
  • 91
  •  
  •  
  •  
  •  
Loading...

Join The Discussion

Loading...