Entertainment

ସୁପର୍ ହିରୋ ହେବେ ଦୀପିକା

  •  
  • 3
  •  
  •  
  •  
  •  
  •  
    3
    Shares

ବି’ଟାଉନ୍ ଡିମ୍ପଲ୍ ଗାର୍ଲ ଦୀପିକା ପାଦୁକୋନ୍ଙ୍କର ବିବାହ ସମ୍ପନ୍ନ ହୋଇଛି ନିକଟ ଅତୀତରେ । ସୁପର୍ଷ୍ଟାର୍ ରଣବୀର ସିଂହଙ୍କୁ ଜୀବନସାଥୀ ରୂପେ ବାଛିବା ପରେ ତାଙ୍କ ଖୁସି କହିଲେ ନସରେ । ତାଙ୍କ ବିବାହ ଉପରେ ଥିଲା ସମସ୍ତଙ୍କ ନଜର୍ । ଏବେ କିନ୍ତୁ ବିବାହ ପରର ଅଭିନୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଶୁଣିବାକୁ ମିଳୁଛି, ହାତରେ ଦିନେ ଅସ୍ତ୍ର ଧରି ଯୁଦ୍ଧ କ୍ଷେତ୍ରରେ ଲଢ଼େଇ କରିବା ପରେ ଏବେ ଦୀପିକାଙ୍କୁ ପ୍ରଥମଥର ପାଇଁ ସୁପର୍ହିରୋ ଭୂମିକାରେ ଦେଖିବାକୁ ମିଳିବ । ଏମିତିରେ ତ ତାଙ୍କର ବିଭିନ୍ନ ଅବତାରକୁ ଦର୍ଶକ ପରଖି ସାରିଲେଣି । କିନ୍ତୁ ସବୁଠୁ ନିଆରା ଆଉ ଅଲଗା ରହିଛି ଏ ସୁପର୍ହିରୋ ଚରିତ୍ର । ଆଗାମୀ ଫିଲ୍ମରେ ସେ ଏହି ସୁପର୍ହିରୋ ଭୂମିକା ନିର୍ବାହ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇସାରିଲେଣି । ତେବେ ଏନେଇ ଦୀପିକା ଏଯାଏ ମୁହଁ ଖୋଲିନାହାନ୍ତି । ସୁପର୍ହିରୋକୁ ନେଇ ସେଭଳି ମନଛୁଆଁ ସ୍କ୍ରିଫ୍ଟଟିଏ ପାଇଁ କେବଳ ଅପେକ୍ଷା କରିଥିବା ଇସାରା କରିଛନ୍ତି । ଏଇ ଇସାରାରୁ ସ୍ପଷ୍ଟ ବାରିହେଉଛି, ଆଗକୁ ତାଙ୍କୁ ଏ ଭୂମିକାରେ ଦର୍ଶକ ନିଶ୍ଚୟ ଦେଖିବାକୁ ପାଇବେ । ଏବେ ସେ ‘ଛପାକ୍’ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...