Entertainment

ଦଲକରଙ୍କ ସହ ରୋମାନ୍ସ କରିବେ କୃତି

  •  
  • 5
  •  
  •  
  •  
  •  
  •  
    5
    Shares

ଆକ୍ରାଶ ଖୁରାନାଙ୍କ ନିର୍ଦ୍ଦେଶିତ ‘କରୱାନ୍’ରେ ଦଲକର୍ ସଲ୍ମାନଙ୍କ ସହିତ ଏକ କେମିଓ ଚରିତ୍ରରେ ଦେଖାଦେଇଥିଲେ କୃତି ଖର୍ବନ୍ଦା । ଫିଲ୍ମର ସଫଳତା ପରେ ପୁଣିଥରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ ବୋଲି ଖବର ପ୍ରକାଶ । ଏନେଇ କୃତି ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅଭିନୟକୁ ନେଇ ତଥ୍ୟ ପୋଷ୍ଟ କରିଛନ୍ତି । କୃତି କହିଛନ୍ତି, ସେ ଦଲ୍କର୍ଙ୍କର ସବୁଠୁ ବଡ଼ ଫ୍ୟାନ୍ । ତାଙ୍କ ଅଭିନୀତ ପ୍ରତିଟି ଫିଲ୍ମ ବେଶ୍ ହୃଦୟସ୍ପର୍ଶୀ । ତେବେ ‘ଓକନ୍ଦଲ୍ କରମାନି’ ଫିଲ୍ମ କୃତିଙ୍କର ସବୁଠୁ ବେଶୀ ପସନ୍ଦ । ପୁଣି ଥରେ ଏଭଳି ଅଭିନେତାଙ୍କ ସହ କାମ କରିବାର ସୁଯୋଗ ପାଇଥିବାରୁ ସେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି । ଫିଲ୍ମ ସମ୍ପର୍କରେ କୌଣସି ତଥ୍ୟ ହସ୍ତଗତ ହୋଇନଥିଲେ ହେଁ ଉଭୟଙ୍କୁ ଦର୍ଶକ ଏକାଠି ଦେଖିବାର ଆଉ ଏକ ସୁଯୋଗ ପାଇବେ ବୋଲି ନିର୍ଦ୍ଧାରିତ ହୋଇସାରିଛି ।

Loading...
  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...