Entertainment

ପୁଣି ଠୁମକା ଲଗାଇ ଦର୍ଶକଙ୍କ ହୋସ୍ ଉଡାଇବେ ମଲାଇକା

  •  
  • 205
  •  
  •  
  •  
  •  
  •  
    205
    Shares

ବିଶାଳ ଭରଦ୍ୱାଜ୍ଙ୍କ ଆଗାମୀ ଫିଲ୍ମ ‘ପଟାଖା’ ଜରିଆରେ ପୁଣିଥରେ ବଡ଼ ପର୍ଦ୍ଦାରେ ନିଜ ଆଇଟମ୍ ନମ୍ବର ଦେଖାଇବାକୁ ଆସୁଛନ୍ତି ମୁନ୍ନି ଓରଫ୍ ମଲାଇକା ଅରୋଡା । ‘ହ୍ୟାଲୋ ହ୍ୟାଲୋ’ ନାମକ ଗୀତରେ ସେ ଠୁମ୍କା ଲଗାଇ ଦର୍ଶକଙ୍କ ହୋସ୍ ଉଡ଼ାଇବାକୁ ଯାଉଛନ୍ତି । ଗୀତରେ ସ୍ୱର ଦେଇଛନ୍ତି ରେଖା ଭରଦ୍ୱାଜ୍ । ଗୁଲଜାର୍ ଗୀତ ଲେଖିଥିବା ବେଳେ କୋରିଓଗ୍ରାଫି କରିଛନ୍ତି ଗଣେଶ ଆଚାର୍ଯ୍ୟ । ଫିଲ୍ମ ନିର୍ମାତା ବିଶାଳ ଭରଦ୍ୱାଜ୍ କହିଛନ୍ତି, ମଲାଇକା ପୂର୍ବରୁ ଅନେକ ଆଇଟମ୍ ନମ୍ବର୍ରେ ନିଜ ନୃତ୍ୟ କୌଶଳର ଦକ୍ଷତା ପ୍ରତିପାଦନ କରିସାରିଛନ୍ତି । ତେଣୁ ‘ପଟାଖା’ ପାଇଁ ସେ ଚାରିଆଡ଼େ ନଜର ବୁଲାଇଆଣି ଶେଷରେ ମଲାଇକାଙ୍କ ପାଖରେ ଅଟକିଥିଲେ । ଯେତେବେଳେ ଏହି ଗୀତ ପାଇଁ ମଲାଇକାଙ୍କ ସହ ସମ୍ପର୍କ କରାଗଲା, ସେ ଖୁବ୍ ଉତ୍ସାହିତ ହୋଇ ଏଥିରେ ହଁ ଭରିଥିଲେ । ଏବେ ଗୀତର ଶୁଟିଂ ଶେଷ ହୋଇଛି । ରେକର୍ଡିଂ ଦେଖିଲେ ଲାଗୁଛି ସତେ ଯେମିତି ଆଇଟମ୍ ନମ୍ବର୍ଟି ମଲାଇକାଙ୍କ ପାଇଁ ହିଁ ଲେଖାଯାଇଥିଲା । ଫିଲ୍ମଟି ସେପ୍ଟେମ୍ବର ୨୮ରେ ରିଲିଜ୍ ହେବାକୁ ଯାଉଛି ।

Loading...
  •  
    205
    Shares
  •  
  • 205
  •  
  •  
  •  
  •  
Loading...

Join The Discussion

Loading...