Entertainment

ପରିଣୀତିଙ୍କ ଖୁସ୍

  •  
  •  
  •  
  •  
  •  
  •  
  •  

ବଲିଉଡ୍ ଆକ୍ଟ୍ରେସ୍ ପରିଣୀତି ଚୋପ୍ରାଙ୍କ ଖୁସି କହିଲେ ନ ସରେ । ତା’ ପଛର କାରଣଟି ହେଉଛି, ନିକଟରେ ତାଙ୍କ ଅଭିନୀତ ‘ନମସ୍ତେ ଇଂଲଣ୍ଡ’ର ଟ୍ରେଲର୍ ଲଞ୍ଚ ହୋଇଛି ଓ
ଏହାକୁ ବେଶ୍ ପ୍ରଶଂସା ମିଳିଛି । ଆପଣଙ୍କର ମନେଥିବ, ୧୧ ବର୍ଷ ତଳେ ଖିଲାଡି ଷ୍ଟାର୍ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍ଙ୍କ ଅଭିନୀତ ‘ନମସ୍ତେ ଲଣ୍ଡନ’ ଆସିଥିଲା ପ୍ରେକ୍ଷାଳୟକୁ ଓ ଫିଲ୍ମଟି ଭଲ ଚାଲିଥିଲା । ସେହି ଫିଲ୍ମ ଛାୟାରେ ବିପୁଲ ଶାହ ନିର୍ମାଣ କରିଛନ୍ତି ‘ନମସ୍ତେ ଇଂଲଣ୍ଡ’ । ଫିଲ୍ମର ମେଲ୍ ଲିଡ୍ରେ ଅଛନ୍ତି ଅର୍ଜୁନ କପୁର । ପଞ୍ଜାବର ଏକ ଗାଁରୁ ଏହି ଫିଲ୍ମର କାହାଣୀ ଆରମ୍ଭ ହୋଇ ଶେଷ ହେଉଛି ଇଂଲଣ୍ଡରେ । ସାଧାରଣତଃ ଆମ ଦେଶରେ ଛୋଟ ଛୋଟ କଥାରେ ବି ମହିଳାମାନେ ପୁରୁଷଙ୍କ ନିଷ୍ପତ୍ତି ଉପରେ ନିର୍ଭର କରନ୍ତି । ‘ନମସ୍ତେ ଇଂଲଣ୍ଡ’ରେ ମଧ୍ୟ କଥା କଥାକେ ପରିଣୀତି ବାରମ୍ବାର ମହିଳାଙ୍କ ସ୍ୱାଧୀନତା କଥା ଉଠାନ୍ତି ଓ ପଞ୍ଜାବର ଏକ ଛୋଟ ସହରରେ ସେ ବ୍ୟତିବ୍ୟସ୍ତ ହୋଇ ସେ ଇଂଲଣ୍ଡ ପଳାଇଯାନ୍ତି । ପରିଣୀତିଙ୍କ ପ୍ରେମରେ ପାଗଳ ଅର୍ଜୁନ ମଧ୍ୟ ତାଙ୍କୁ ସାଥ୍ ଦିଅନ୍ତି । ରିଲିଜ୍ ହୋଇଥିବା ଟ୍ରେଲର୍ରେ କଲରଫୁଲ୍ ପଞ୍ଜାବ, ପଞ୍ଜାବୀ ସଂଗୀତ ଏବଂ ସେଠାକାର ବିଭିନ୍ନ ପରମ୍ପରା ଦେଖିବାକୁ ମିଳିଛି ।

  •  
  •  
  •  
  •  
  •  
  •  
  •  

Join The Discussion