Entertainment

ପିସିଙ୍କ ଏନ୍‌ଗେଜ୍‌ମେଣ୍ଟ କେକ୍‌ରେ ଲାଗିଥିଲା ୨୪ କ୍ୟାରେଟ ସୁନା

  •  
  •  
  •  
  •  
  •  
  •  
  •  

ବଲିଉଡ୍‌ ନାୟିକା ପ୍ରିୟଙ୍କା ଚୋପ୍ରା ଓ ହଲିଉଡ୍‌ ସିଙ୍ଗର ନିକ୍‌ ଜୋନ୍‌ସଙ୍କ ଏନ୍‌ଗେଜ୍‌ମେଣ୍ଟ ସରିଛି ସତ, ହେଲେ ଏହାକୁ ନେଇ ଚର୍ଚ୍ଚା ଏପର୍ଯ୍ୟନ୍ତ ଥମୁନାହିଁ। ନିକ୍‌ଙ୍କର ମାତା ପିତା ଏକଦମ୍‌ ଦେଶୀ ଅନ୍ଦାଜରେ ଏହି ଏନ୍‌ଗେଜ୍‌ମେଣ୍ଟ ସେରିମନିରେ ଯୋଗ ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ପିସି ଓ ନିକ୍‌ଙ୍କ ଏନ୍‌ଗେଜ୍‌ମେଣ୍ଟ କେକ୍‌। ଏହାକୁ ତିଆରି କରିଥିବା ସେଫ୍‌ ପ୍ରଥମରୁ ଏହା କାହାର ବୋଲି କନଫର୍ମ କରି ନ ଥିଲେ। ହେଲେ ଏହା ଉପରେ ସାମନ୍ୟ ହିଣ୍ଟ୍‌ ଦେଇଥିଲେ। ଏବେ ଏହି କେକ୍‌ର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏହାକୁ ନେଇ ଆସିଛି କିଛି କମେଣ୍ଟସ୍‌। ବିଶେଷ ଭାବେ ତିଆରି କରାଯାଇଥିବା ଏହି କ୍ରିମ କଲରର କେକ୍‌ରେ କୁଆଡେ ୨୪ କ୍ୟାରେଟ ସୁନା ଲାଗିଥିଲା। ଅର୍କିଡ ଫୁଲରେ ସଜା ଯାଇଥିବା ଏହି କେକ୍‌ର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...