Entertainment

ବିବାହ ନକରି ଶିଶୁକନ୍ୟାର ମାଆ ହେଲେ ଏକତା କାପୁର

  •  
  • 8
  •  
  •  
  •  
  •  
  •  
    8
    Shares

ବଲିଉଡ ଜଗତରେ ବହୁ କଳାକାର ସେରୋଗେସୀ ଜରିଆରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଅମିର ଖାନ, ଶାହାରୁଖ ଖାନ, ସନ୍ନି ଲିଓନ, ସୋହେଲ ଖାନଙ୍କ ପରେ ଏଥିରେ ଆଉ ଜଣକ ନାମ ଯୋଡି ହୋଇଛି । ସେ ହେଲେ ଲୋକପ୍ରିୟ ପ୍ରୋଡ୍ୟୁସର ଏକତା କାପୁର । ଭାଇ ତୁଷାର କାପୁରଙ୍କ ପରେ ଏକତା କାପୁର ମଧ୍ୟ ସେରୋଗେସି ଜରିଆରେ ଏକ କନ୍ୟାର ମାତା ହୋଇଛନ୍ତି । ଏମିତି ବି ଆଜି ଯାଏଁ ଏକତା ବିବାହ କରିନାହାନ୍ତି କିନ୍ତୁ ସେରୋଗେସୀ ଜରିଆରେ ନିଜର ମା’ହେବାର ଇଚ୍ଛାକୁ ପୂରଣ କରିଛନ୍ତି । ଏକତା ଜାନୁଆରୀ ୨୭ ତାରିଖରେ ମାଆ ହୋଇଛନ୍ତି । ଖବର ମୁତାବକ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ପୁରାପୁରି ଠିକ୍ ଅଛି, କିଛି ଦିନ ପରେ ସେ ଏକତାଙ୍କ ଘରକୁ ଆସିବ । ଏଠାରେ ଆମେ ସୂଚାଇ ଦେଉଛୁ ଯେ, ଏକତାଙ୍କ ଭାଇ ତୁଷାର ୩ ବର୍ଷ ପୂର୍ବରୁ ସେରୋଗେସୀ ଜରିଆରେ ପିତା ହୋଇଥିେ । ତାଙ୍କର ପୁତ୍ରଙ୍କ ନାମ ହେଉଛି ଲକ୍ଷ୍ୟ । ଯିଏକି ଏକତାଙ୍କ ଖୁବ୍ ପ୍ରିୟ । କିଛି ସମୟ ଆଗରୁ ଏହି ଖବର ଏକତା ଜଣାଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ବିବାହ ତ କରିବିନି କିନ୍ତୁ ମା’ ନିହାତି ହେବି ।

  •  
    8
    Shares
  •  
  • 8
  •  
  •  
  •  
  •  
Loading...

Join The Discussion

Loading...