Entertainment

ନିର୍ଭୟା ଦିଶା

  •  
  • 5
  •  
  •  
  •  
  •  
  •  
    5
    Shares

ଦିଶା ପଟାନୀ ଏବେ ନିଜର ଆଗାମୀ ଫିଲ୍ମ ‘ଭାରତ’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ସଲ୍ମାନ୍ ଖାନ୍ଙ୍କ ଅଭିନୀତ ଏହି ଫିଲ୍ମରେ ଦିଶାଙ୍କୁ କିଛି ବିପଜ୍ଜନକ ଦୃଶ୍ୟରେ ଦେଖିବାକୁ ମିଳିବ । ଫିଲ୍ମରେ ସେ ଭିନ୍ନ ଭିନ୍ନ କୌଶଳ ମାଧ୍ୟମରେ ବିପଜ୍ଜନକ ଷ୍ଟଣ୍ଟ୍ କରିଛନ୍ତି । ଯେଉଁ ଷ୍ଟଣ୍ଟ୍କୁ ବଡ଼ ବଡ଼ ଷ୍ଟାର୍ ନ କରିପାରି ପଛଘୁଞ୍ଚା ଦେଇଥାନ୍ତି; ତାକୁ ଦିଶା ନିର୍ଭୟର ସହ ଶେଷ କରିଛନ୍ତି । ଏହି ଷ୍ଟଣ୍ଟ୍ କରିବା ପରଠୁ ଦିଶାଙ୍କ ଭିତରେ ମନୋବଳ ସ୍ତର ଦୃଢ଼ ହୋଇଥିବା ଜଣାପଡ଼ିଛି । ଏଣୁ ଶୁଟିଂ ସମୟରେ ଯେତେ କଠିନ ଷ୍ଟଣ୍ଟ୍ ଆସୁଛି, ତାକୁ ଅତି ସହଜରେ କରିଦେଉଛନ୍ତି । ଏହା ଦେଖି ଖୋଦ୍ ସଲ୍ମାନ୍ ବି ଚକିତ । ଫିଲ୍ମ ‘ବାଗୀ-୨’ ସମୟରୁ ସେ ବିପଜ୍ଜନକ ଷ୍ଟଣ୍ଟ୍ କରିବା କୌଶଳର ପ୍ରଶିକ୍ଷଣ ନେଇଆସୁଛନ୍ତି । ‘ଭାରତ’ରେ ଦିଶା ସର୍କସ୍ ଜରିଆରେ ଲୋକଙ୍କୁ ଯାଦୁଗରୀ କୌଶଳ ଦେଖାଉଥିବା ଯୁବତୀ ଭୂମିକାରେ ଅବତୀର୍ଣ୍ଣ ହେବେ । ଏଥିପାଇଁ ସେ ଜିମ୍ନାଷ୍ଟିକ୍ ତଥା ପାର୍କୋର୍ କଳାକୁ ୩ ମାସ ମଧ୍ୟରେ ଶେଷ କରିଛନ୍ତି । ପ୍ରତିଦିନ ୨ ଘଣ୍ଟା ଲେଖାଏଁ ସେ ଏହି କଳାକୌଶଳର ପ୍ରଶିକ୍ଷଣ ନେଉଥିଲେ । ସର୍କସ୍ରେ ବହୁ ଉଚ୍ଚରୁ ଗୋଲ୍ ରିଙ୍ଗ୍ ମାଧ୍ୟମରେ ତଳକୁ ଡିଆଁକୁଦା କରିବା କିଛି ସହଜ କାମ ନୁହେଁ । ଏଥିପାଇଁ ବର୍ଷ ବର୍ଷର ପ୍ରଶିକ୍ଷଣ ନିତାନ୍ତ ଜରୁରୀ । ଏ ସମୟରେ ଜୀବନ ଚାଲିଯିବାର ଭୟ ମଧ୍ୟ ଥାଏ । କିନ୍ତୁ ସେ ସବୁକୁ ଖାତିର୍ ନକରି ଦିଶା ଖୁବ୍ କମ୍ ଦିନ ଭିତରେ ଏ କୌଶଳ ଶିଖିପାରିଛନ୍ତି । ଏବେ ଦିଶାଙ୍କ ଏହି ନିର୍ଭୟ ଷ୍ଟଣ୍ଟ୍ ଦେଖିବାକୁ ଅପେକ୍ଷା ।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...