Entertainment

ଏହି କ୍ଷେତ୍ରରେ ପାଦ ଥାପିବେ ଦୀପିକା

  •  
  •  
  •  
  •  
  •  
  •  
  •  

ବଲିଉଡର ଡିମ୍ପଲ୍‌ ଗର୍ଲ ଦୀପିକା ପାଦୁକୋନ୍‌ ଏବେ ଅଭିନେତ୍ରୀରୁ ପ୍ରଯୋଜିକ ହେବାକୁ ମନ ବଳାଇଛନ୍ତି। ପୂର୍ବରୁ ପ୍ରୀତି ଜିଣ୍ଟା, ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପ୍ରା ଆଦି ଅଭିନେତ୍ରୀରୁ ପ୍ରଯୋଜିକ ହୋଇଥିବା ବେଳେ ଏବେ ଏହି ପଥରେ ଯିବାକୁ ଚାହିଁଛନ୍ତି ଦୀପିକା। ଆସନ୍ତା ବର୍ଷ ଫେବୃୟାରୀରେ ତାଙ୍କର ପ୍ରଡକସନ୍‌ ହାଉସ୍‌ ଲଞ୍ଚ କରିବ ବୋଲି ଆଲୋଚନା ହେଉଛି। ସେହି ସମୟରେ ହିଁ ଏକାଥରେ ତାଙ୍କ ପ୍ରଥମ ପ୍ରୋଜେକ୍ଟ ବିଷୟରେ ଘୋଷଣା କରାଯିବ। ଏଥିପାଇଁ ପୂର୍ବ ପ୍ରସ୍ତୁତି ସରିଛି। ଏହି ଫିଲ୍ମର ସହ ପ୍ରଯୋଜିକା ଭାବେ କାମ କରିବେ ମେଘନା ଗୁଲଜାର। ଏହା ଏକ ନାରୀ କୈନ୍ଦ୍ରିକ ଫିଲ୍ମ ହୋଇଥିବା ବେଳେ ଏସିଡ୍‌ ଆଟାକ୍‌ ହୋଇଥିବା ଲକ୍ଷ୍ମୀଙ୍କ ଉପରେ ଫିଲ୍ମଟି ନିର୍ମାଣ କରାଯିବ ବୋଲି ଜଣାପଡିଛି। ଆସନ୍ତା ବର୍ଷ ଏହା ଫ୍ଲୋରକୁ ଆସିବ ବୋଲି ଅନୁମାନ କରାଯାଉଛି।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...