Entertainment

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

  •  
  • 12
  •  
  •  
  •  
  •  
  •  
    12
    Shares
ଅଳ୍ପ ବୟସରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଷ୍ଟାଇଲିଷ୍ଟ ଆଉ ଚୁଲ୍‌ବୁଲି ନାୟିକା ଭୂମିକା ଦାଶ। ଓଡ଼ିଆ ଚଳଚ୍ଚିତ୍ର ‘ରୁମ୍‌କୁ ଝୁମାନା’ରେ ତାଙ୍କ ଅଭିନୟ ଯିଏ ବି ଦେଖିଛି ତାଙ୍କୁ ପ୍ରଶଂସା ନ କରି ରହିପାରି ନାହିଁ। ଏହା ତାଙ୍କୁ ଏତେ ମାଇଲେଜ୍‌ ଦେଇଥିଲା ଯେ, ନବମ ଶ୍ରେଣୀରେ ପଢ଼ିବା ସମୟରେ ହିଁ ସେ ‘ତୁ ମୋ ଲଭ୍‌ ଷ୍ଟୋରୀ’ ଫିଲ୍ମର ନାୟିକା ଭାବେ ପରଦାକୁ ଆସିଥିଲେ। ମାତ୍ର ୩ ବର୍ଷ ବୟସରୁ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ଏହାପରେ ଅନେକ ଷ୍ଟେଜ୍‌ରେ ସେ ଓଡ଼ିଶୀ ଏବଂ ମଡର୍ନ ଡ୍ୟାନ୍ସ ପରିବେଷଣ କରି ନିଜ ପ୍ରତିଭାର ପରିଚୟ ଦେଇଥିଲେ। ପିଲାଦିନର ଏକ ଘଟଣା ସମ୍ପର୍କରେ ସେ କହିଛନ୍ତି ଆମ ଆଗରେ।
ମତେ ସେତେବେଳେ ୫/୬ବର୍ଷ ହୋଇଥାଏ। ଆମେ ବରମୁଣ୍ଡା ହାଉସିଂ ବୋର୍ଡରେ ଏକ ଭଡ଼ା ଘରେ ରହୁଥିଲୁ। ଖାଲି ସମୟରେ ନୃତ୍ୟ କରିବା ସହ ଟିଭି ଦେଖିବାକୁ ମତେ ଭଲଲାଗେ। ଟିଭିରେ ଦେଖାଯାଉଥିବା ଫିଲ୍ମ ଏବଂ ସିରିଏଲ୍‌ଗୁଡିକରେ ଅନେକ ସମୟରେ ଷ୍ଟଣ୍ଟ୍‌ ସିନ୍‌ ଦେଖାଏ। ହିରୋ, ହିରୋଇନ୍‌ମାନେ କିଭଳି ଛାତରୁ ଡେଇଁବା, ବାଇକ୍‌, ସାଇକେଲ୍‌ରେ ଶିଡିରୁ ଓହ୍ଲାଇବା, ଚଢିବା ଭଳି ଷ୍ଟଣ୍ଟ କରନ୍ତି ସେ ସବୁ ଦେଖେ। ତେଣୁ ମୋର ବି ଷ୍ଟଣ୍ଟ୍‌ କରିବାକୁ ଇଚ୍ଛା ହେଉଥାଏ, ହେଲେ ମତେ ସୁଯୋଗ ମିଳୁ ନ ଥାଏ। ମୋର ଗୋଟିଏ ତିନି ଚକିଆ ଛୋଟ ସାଇକେଲ୍‌ ଥାଏ। ତାକୁ ଧରି ମୁଁ ଘରସାରା ବୁଲୁଥାଏ। ଦିନେ ମୁଁ  ସାଇକେଲ୍‌ ଧରି ଶିଡି ଉପରକୁ ଚଢିଗଲି। ଭାବିଥିଲି ଫିଲ୍ମରେ ଭଳି ମୁଁ ବି ସାଇକେଲ୍‌ରେ ବସି ଶିଡି ପାହାଚରେ ତଳକୁ ଆରାମରେ ଓହ୍ଲେଇ ଆସିବି। ମାତ୍ର ସେମିତି କିଛି ହେଲା ନାହିଁ। ଯେମିତି ମୁଁ ପାହାଚକୁ ସାଇକେଲ ଧରି ଆସିଛି,  ଗଡ଼ି ଗଡ଼ି ଆସି ତଳେ ପଡିିଲି। ମୋ ପାଟି ଶୁଣି ମା’ ମୋ ପାଖକୁ ଦୌଡ଼ିକି ଆସିଲେ। ମୋ ଗୋଡ ହାତ ଖଣ୍ଡିଆ ହୋଇଯାଇଥିଲା। ମା’ ମତେ ତଳୁ ଉଠାଇ ମେଡିକାଲ୍‌କୁ ନେଇ ଚିକିତ୍ସା କରାଇଥିଲେ। ସେଇ ଦିନଠୁ ମୋ ମନରୁ ଷ୍ଟଣ୍ଟ୍‌ ଦେବାର ନିଶା ଛାଡ଼ିଗଲା।
  •  
    12
    Shares
  •  
  • 12
  •  
  •  
  •  
  •  
Loading...

Join The Discussion

Loading...