Entertainment

ବଲିଉଡ୍‌ର ନିର୍ଭୀକ ନାୟିକା

  •  
  •  
  •  
  •  
  •  
  •  
  •  

ଭାରତୀୟ ଚଳଚ୍ଚିତ୍ର ଜଗତର ଜଣେ ନିର୍ଭୀକ ଅଭିନେତ୍ରୀ ହେଉଛନ୍ତି ସ୍ବରା ଭାସ୍କର। ଯେତେବେଳେ ଯାହା କିଛି ଅଡ଼ୁଆ ଲାଗେ ନିର୍ଭୀକ ଢଙ୍ଗରେ ତାକୁ ବିରୋଧ କରିଥାନ୍ତି ସେ। ସାମ୍ନାପଟ ବ୍ୟକ୍ତି ଯେତେ କ୍ଷମତାଶାଳୀ ହୁଅନ୍ତୁ ନା କାହିଁକି ମୁହଁତୋଡ଼ ଜବାବ ଦେବାରେ କେବେ ପଛଘୁଞ୍ଚା ଦେଇ ନ ଥାନ୍ତି ଏହି ଅଭିନେତ୍ରୀ ଜଣକ। ଷ୍ଟ୍ରଗଲ୍‌ ସମୟରେ ସମ୍ମୁଖୀନ ହୋଇଥିବା ଯୌନ ନିର୍ଯାତନା ବିଷୟରେ ଏବେ ମୁହଁ ଖୋଲିଛନ୍ତି ସେ। କାଷ୍ଟିଂ କାଉଚ୍‌ ବିଷୟରେ ସେ କହିଛନ୍ତି। ସ୍ବରା କହିଛନ୍ତି, ବଲିଉଡ୍‌ରେ କାମ ଆରମ୍ଭ କରିବାବେଳେ ଜଣେ ଆଗଧାଡ଼ିର ପ୍ରଯୋଜକଙ୍କ ମ୍ୟାନେଜର ତାଙ୍କ ଘରର ଠିକଣା ପଚାରିଥିଲେ। ମିଟିଂରୁ ବାହାରିଯିବା ପାଇଁ ପ୍ରଥମେ ଚେଷ୍ଟା କରିଥିଲେ ଅଭିନେତ୍ରୀ। ବାହାରିବା ଲାଗି ଉଦ୍ୟମ କରୁଥିବାବେଳେ ବ୍ୟକ୍ତିଜଣକ ତାଙ୍କ କାନ ପାଖକୁ ଆସି ଚୁମ୍ବନ ଦେବାକୁ ଉଦ୍ୟମ କରିଥିଲେ। ତାକୁ ହଟାଇବାକୁ ଚେଷ୍ଟା କରୁଥିବାବେଳେ କାନ ପାଖରେ ଥିଲା ତାଙ୍କ ମୁହଁ ଏବଂ ଏହି ସମୟରେ ସେ କିଛି ଆପତ୍ତିଜନକ ଶବ୍ଦ କହିଥିଲେ। ତେବେ ଏହା କାଷ୍ଟିଂ କାଉଚ୍‌ ନୁହେଁ ତ ଆଉ କ’ଣ ବୋଲି ଅଭିନେତ୍ରୀ କହିଛନ୍ତି। ପ୍ରକାଶ ଯେ, ବଲିଉଡ୍‌ରେ କାଷ୍ଟିଂ କାଉଚ୍‌କୁ ନେଇ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ବିରୋଧର ସ୍ବର ସେତେଟା ଶାଣିତ ହୋଇପାରି ନାହିଁ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...