Entertainment

ହାୱାଇରେ ହାତକୁ ଦି’ହାତ

  •  
  •  
  •  
  •  
  •  
  •  
  •  

ହଲିଉଡ୍ ତାରକା ନିକ୍ ଜୋନାସ୍ଙ୍କ ସହ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ନିର୍ବନ୍ଧ ପର୍ବ ଶେଷ ହୋଇଛି । ମୁମ୍ବାଇରେ ଅନୁଷ୍ଠିତ ଏହି ଉତ୍ସବରେ ନିକ୍ଙ୍କ ବାପା ଡେନିସ୍ ଜୋନାସ୍ ଏବଂ ପଲ୍ କେମିନ୍ ଜୋନାସ୍ ଉପସ୍ଥିତ ରହି ଭାରତୀୟ ପରମ୍ପରାକୁ ଉପଭୋଗ କରିଥିଲେ । ନିର୍ବନ୍ଧ ପର୍ବ ତ ସରିଲା । ଏବେ ବିବାହ ଉତ୍ସବ ହେବ ହାୱାଇ ଦ୍ୱୀପରେ – ଏମିତି ଖବର ଉଡ଼ିବୁଳୁଛି ମୁମ୍ବାଇସାରା । ଉଭୟ ପ୍ରିୟଙ୍କା ଓ ନିକ୍ ଏହି ବିବାହ ଉତ୍ସବକୁ ଖୁବ୍ ସୁନ୍ଦର ଓ ନିଆରା ଢଙ୍ଗରେ ସମ୍ପନ୍ନ କରିବାକୁ ଚାହୁଁଛନ୍ତି । ବିଶେଷକରି ଫଟୋଗ୍ରାଫରଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇବା ପାଇଁ ହାୱାଇ ଦ୍ୱୀପ ଉପଯୁକ୍ତ ସ୍ଥାନ ବୋଲି ସେମାନେ ଚିନ୍ତା କରୁଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଉଭୟେ ଏହି ସ୍ଥାନକୁ ବାଛିବାର ଅନ୍ୟ ଏକ କାରଣ ମଧ୍ୟ ରହିଛି । ନିକ୍ ସମୁଦ୍ରକୁ ଭଲ ପାଆନ୍ତି । ତା’ଛଡ଼ା ହାୱାଇରେ ସେ ପୂର୍ବରୁ ‘ହାୱାଇ ଫାଇଭ୍ ଜିରୋ’ ଏବଂ ‘ଜୁମାନ୍ଜି’ ଶୁଟିଂ କରିଛନ୍ତି । ତେଣୁ ଏହି ସ୍ଥାନକୁ ବାଛିବାରେ କିଛି ଅସ୍ୱାଭାବିକତା ନାହିଁ ବୋଲି କହିଛନ୍ତି ସୂତ୍ର ଜଣକ । ସେ ଆହୁରି ମଧ୍ୟ କହିଛନ୍ତି, ନିକ୍ ହାୱାଇର ଏକ ନିର୍ଦ୍ଦିଷ୍ଟ ରିସର୍ଟକୁ ଖୁବ୍ ପସନ୍ଦ କରନ୍ତି । ତେଣୁ ସବୁ ଦୃଷ୍ଟିରୁ ଏହି ସ୍ଥାନ ଠିକ୍ ରହିବ ବୋଲି ସ୍ଥିର କରିଛନ୍ତି ନିକ୍ ଓ ପ୍ରିୟଙ୍କା । ତେବେ ଏସବୁ ତୁଚ୍ଛା ଗୁଜବ ବୋଲି କହିଛନ୍ତି ପ୍ରିୟଙ୍କାଙ୍କ ମା’ । ଦୁହେଁ ଏପର୍ଯ୍ୟନ୍ତ ବିବାହ ତାରିଖ ସ୍ଥିର କରିନାହାନ୍ତି । ପୁଣି ଦୁହେଁ ନିଜ ନିଜର କାମ ସାରିବେ । କେଉଁଠି ଏ ବିବାହ ଉତ୍ସବ ହେବ, କେବେ ହେବ ତାହା ମଧ୍ୟ ସେମାନେ ସ୍ଥିର କରିବାକୁ କିଛି ସମୟ ଦରକାର ବୋଲି କହିଛନ୍ତି ପ୍ରିୟଙ୍କାଙ୍କ ମା’ ।

Loading...
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...