Entertainment

ବଲିଉଡରେ ଇଉଲିଆଙ୍କ ଏଣ୍ଟ୍ରି

  •  
  • 6
  •  
  •  
  •  
  •  
  •  
    6
    Shares

ରୋମାନିଆନ୍ ମଡେଲ୍ ତଥା ଅଭିନେତ୍ରୀ ଇଉଲିଆ ଭନ୍ତୁର୍ ବଲିଉଡ୍ରେ ନିଜ ଭାଗ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ । ନିର୍ଦ୍ଦେଶକ ପ୍ରେମ୍ ଆର୍ ସୋନିଙ୍କ ‘ରାଧା କୁଁ୍ୟ ଗୋରୀ ମେଁ କୁଁ୍ୟ କାଲା’ରେ ତାଙ୍କୁ ଏକ ଦମ୍ଦାର୍ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ । ଏହାର ପୋଷ୍ଟର୍ ଗତ ମଙ୍ଗଳବାର ରିଲିଜ୍ ହୋଇଛି । ପୋଷ୍ଟର୍ରେ ଇଉଲିଆଙ୍କ ଭାରତୀୟ ଅବତାର ବେଶ୍ ସୁନ୍ଦର ଦେଖାଯାଉଛି । ଜଣେ ବିଦେଶୀ ମହିଳା ଭାରତର ପରମ୍ପରା ଏବଂ ସଂସ୍କୃତି ବିଷୟରେ ଜାଣିବାକୁ ଆସି ଦୁଷ୍କର୍ମର ଶିକାର ହୋଇଥିବା ଘଟଣା ଉପରେ କାହାଣୀଟି ଗତିଶୀଳ । ଏଭଳି ଫିଲ୍ମର ଅଫର୍ ପାଇବା ମାତ୍ରକେ ଇଉଲିଆ ତୁରନ୍ତ ହଁ ଭରିଥିଲେ । କାରଣ ସେ ଭାରତକୁ ଖୁବ୍ ଭଲପାଆନ୍ତି । ଏଠାକାର ସଂସ୍କୃତି ଏବଂ ପରମ୍ପରାକୁ ଅତି ନିକଟରୁ ଜାଣିବାକୁ ସେ ସର୍ବଦା ଚେଷ୍ଟିତ । କିନ୍ତୁ କିଛି ଅସାମାଜିକ ବ୍ୟକ୍ତିବିଶେଷଙ୍କ କାର୍ଯ୍ୟକଳାପ ପାଇଁ ଭାରତ ଆଜି ନିନ୍ଦିତ । ଏଭଳି ଘଟଣା ବାସ୍ତବରେ ଘଟୁଛି । ଯେତେବେଳେ ବିଦେଶୀଙ୍କୁ ଭାରତ ଭ୍ରମଣ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । କିନ୍ତୁ ଜଣଙ୍କ ଭୁଲ୍ ପାଇଁ ପୂରା ଦେଶକୁ ଅପମାନିତ ହେବାକୁ ପଡ଼ିଥାଏ । ଏଭଳି ଏକ ଫିଲ୍ମର ଅଂଶ ପାଲଟି ସେ ବେଶ୍ ଖୁସି ଅଛନ୍ତି । ଫିଲ୍ମଟି ୨୦୧୯ ମେ’ ମାସରେ ରିଲିଜ୍ ହେବ ।

  •  
    6
    Shares
  •  
  • 6
  •  
  •  
  •  
  •  
Loading...

Join The Discussion

Loading...