Entertainment

ଜ୍ୟାକଲିନଙ୍କ ସହ କାମ କରିବାକୁ ଚାହିଁ ରହିଛନ୍ତି ଏହି ନାୟକ

  •  
  •  
  •  
  •  
  •  
  •  
  •  

ସିଂହଳୀ ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ବଲିଉଡର ଜଣେ ଜଣାଶୁଣା ନାମ । ତାଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ବହୁ ନାମଦାମୀ ହିରୋ ଚାହିଁବସିଥାନ୍ତି । କାହାକୁ ସୁଯୋଗ ମିଳେ ତ ଆଉ କାହାକୁ ଅପେକ୍ଷା କରିବାକୁ ପଡିଥାଏ । କିନ୍ତୁ ଏବେ ଜ୍ୟାକଲିନଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ଅଭିନେତା କାର୍ତ୍ତିକ ଆୟନଙ୍କୁ ସୁଯୋଗ ମିଳିଛି । କନ୍ନଡ ଫିଲ୍ମ କିରିକ ପାର୍ଟିର ହିନ୍ଦୀ ରିମେକ୍ରେ ସେ ଜ୍ୟାକଲିନଙ୍କ ସହ କାମ କରିବେ । ଏହି କଥା ଗତ ଶନିବାର ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଣମାଧ୍ୟମକୁ କହିଛନ୍ତି । ନିଜର ଆଗାମୀ ଫିଲ୍ମ ବିଷୟରେ ସେ କହିଛନ୍ତି ଯେ, ଲୁଚିଛୁପି ମୁଁ ଫିଲ୍ମର ସୁଟିଂ ଶେଷ କରିଛି । ଏହି ଫିଲ୍ମରେ ମୋ ବିପକ୍ଷରେ କୃତି ସେନନ ଅଭିନୟ କରୁଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଉତେକର ସାର । ଏହାପରେ ସେ କନ୍ନଡ ଫିଲ୍ମ କିରିକ ପାର୍ଟିର ହିନ୍ଦୀ ରିମେକରେ ଜ୍ୟାକଲିନଙ୍କ ସହ କାମ କରିବେ । ଏହାକୁ ନେଇ ସେ ଏବେଠାରୁ ଉତ୍ସାହିତ ଅଛନ୍ତି ବୋଲି ସେ କହିଛନ୍ତି ।

Loading...
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...