Entertainment

ଚର୍ଚ୍ଚାରେ ‘ପ୍ରେମ୍ କୁମାର’

  •  
  •  
  •  
  •  
  •  
  •  
  •  

ପୂଜା ଯେତେ ପାଖେଇ ଆସୁଛି, ନିର୍ମାଣାଧୀନ ଚଳଚ୍ଚିତ୍ର ‘ପ୍ରେମ୍ କୁମାର’କୁ ନେଇ ଚର୍ଚ୍ଚା ସେତେ ବଢ଼ୁଛି । ଜମ୍ମୁ କାଶ୍ମୀରରେ ଶୁଟିଂବେଳେ ଆତଙ୍କବାଦୀ ଏହି ଫିଲ୍ମ ୟୁନିଟ୍କୁ ଟାର୍ଗେଟ୍ କରିଥିଲେ ବୋଲି ଚର୍ଚ୍ଚା ହେଉଛି । ପୁଣି ଫିଲ୍ମର ମୁଖ୍ୟ ନାୟକ ଅନୁଭବ ଓ ଦୁଇ ଓଲିଉଡ୍ ସୁନ୍ଦରୀ ତମନ୍ନା ଓ ଶିବାନୀଙ୍କୁ ନେଇ ଚର୍ଚ୍ଚା କିଛି କମ୍ ନୁହେଁ । ଶିବାନୀ ‘ସିଷ୍ଟର୍ ଶ୍ରୀଦେବୀ’ରେ ବାବୁସାନ୍ଙ୍କ ନାୟିକା ହୋଇସାରିଥିବାବେଳେ ତମନ୍ନା ଜ୍ୟୋତି, ବାଳକୃଷ୍ଣ, ଅର୍ଦ୍ଧେନ୍ଦୁଙ୍କ ନାୟିକା ସାଜି ସିନେପ୍ରେମୀଙ୍କୁ ଏଣ୍ଟର୍ଟେନ୍ କରିସାରିଛନ୍ତି । ‘ପ୍ରେମ୍ କୁମାର’ରେ ଶିବାନୀ ଓ ତମନ୍ନା ପ୍ରଥମ କରି ଅନୁଭବଙ୍କ ସହ ଅନ୍ସ୍କ୍ରିନ୍ ରୋମାନ୍ସ କରୁଛନ୍ତି । ଅନୁଭବଙ୍କ ସହ ଏହି ଅପେକ୍ଷାକୃତ ନୂଆମୁହଁଙ୍କ ଯୋଡ଼ି କିଭଳି କମାଲ୍ କରୁଛି ତାହା ଦେଖିବାକୁ ସିନେପ୍ରେମୀ ଉକ୍ରଣ୍ଠାର ସହ ଚାହିଁ ବସିଛନ୍ତି । ରଞ୍ଜନ ଶତପଥୀ ଫିଲ୍ମର କାହାଣୀ ଲେଖିଥିବାବେଳେ ଚିତ୍ରନାଟ୍ୟ ଲେଖିଛନ୍ତି ତାପସ ସରଘରିଆ ଓ ଦେବୀଦତ୍ତ ମହାନ୍ତି । ତାପସ ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଉଛନ୍ତି । ବସନ୍ତରାଜ ସାମଲ, ସୁବ୍ରତ ସ୍ୱାଇଁ, ଦେବୀଦତ୍ତ ମହାନ୍ତି ପ୍ରମୁଖଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ପ୍ରେମ ଆନନ୍ଦ । ସଂଳାପ ରଚନା କରିଛନ୍ତି ଶକ୍ତି ବରାଳ, ସଞ୍ଜୟ ମହାକୁଡ଼, ଦେବୀଦତ୍ତ । ଅନ୍ୟାନ୍ୟ ଚରିତ୍ରରେ ଦର୍ଶକ ପ୍ରଦ୍ୟୁମ୍ନ ଲେଙ୍କା, କୁନା ତ୍ରିପାଠୀ, ଶକ୍ତି ବରାଳ, ଚିତ୍ତ ତ୍ରିପାଠୀ, ମନୋଜ ମିଶ୍ର, ସୁରେଶ ମିଶ୍ର, ପ୍ରିୟଙ୍କା ପଟ୍ଟନାୟକ, ରବି ମିଶ୍ର, ଦୀପକ ମିଶ୍ର, ଚୌଧୁରୀ ବିକାଶ ଦାସ, କାଳିଆ, ଶମ୍ଭୁ ଖୁଣ୍ଟିଆ ଓ ଶିଶୁ କଳାକାର ଅନିମେଶ ପ୍ରମୁଖଙ୍କୁ ଦେଖିବେ ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...