Entertainment

ଏହି ରିମେକ୍ ଫିଲ୍ମରୁ ଐଶ୍ୱର୍ଯ୍ୟା ଆଉଟ୍, ବିପାଶାଙ୍କ ଇନ୍

  •  
  •  
  •  
  •  
  •  
  •  
  •  

ଚଳିତବର୍ଷ ମଧ୍ୟଭାଗରେ ଶୁଣିବାକୁ ମିଳିଥିଲା ପ୍ରଯୋଜକ ପ୍ରେରଣା ଅରୋଡା ମନୋଜ୍ କୁମାର ଏବଂ ସାଧନାଙ୍କ ଅଭିନୀତ ଫିଲ୍ମ ‘ୱ କୌନ୍ ଥି’ର ରିମେକ୍ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ ବଲିଉଡ୍ ସୁନ୍ଦରୀ ଐଶ୍ୱର୍ଯ୍ୟା ରାଏ ବଚ୍ଚନଙ୍କୁ ପ୍ରଥମେ ଫାଇନାଲ୍ କରାଯାଇଥିଲା । କିନ୍ତୁ ଏବେ ଶୁଣିବାକୁ ମିଳୁଛି, ମୁଖ୍ୟ ଅଭିନେତ୍ରୀ ତାଲିକାରୁ ଐଶ୍ଙ୍କୁ ଆଉଟ୍ କରି ବି’ଟାଉନ୍ର ବ୍ଲାକ୍ ବିଉଟି ବିପାଶା ବସୁ ସ୍ଥାନ ପାଇଛନ୍ତି । ୧୯୬୪ ମସିହାର ‘ୱ କୌନ୍ ଥି’ ନିର୍ଦ୍ଦେଶକ ରାଜ୍ ଖୋସ୍ଲାଙ୍କ ପ୍ରଥମ ସସ୍ପେନ୍ସ ଥ୍ରିଲର୍ ଫିଲ୍ମ ଥିଲା । ସେତେବେଳେ ଏହା ବକ୍ସ ଅଫିସ୍ରେ ହିଟ୍ ସାବ୍ୟସ୍ତ ହୋଇଥିଲା । ଫିଲ୍ମର ଚାହିଦା ଏବଂ ଲୋକପ୍ରିୟତାକୁ ଦେଖି ଏହାର ରିମେକ୍ ତିଆରି କରିବାକୁ ବହୁ ଦିନରୁ ପ୍ରେରଣ ଆଶା ରଖିଥିଲେ । ତେବେ ମୁଖ୍ୟ ଅଭିନେତା ଏବଂ ଅଭିନେତ୍ରୀଙ୍କ ଚୟନ ତାଙ୍କ ପାଇଁ ଥିଲା କାଠିକର ପାଠ । ଏବେ କିନ୍ତୁ ତାହା ଶେଷ ହୋଇଛି । ମୁଖ୍ୟ ଅଭିନେତା ଭାବେ ସାହିଦ କପୁରଙ୍କୁ ଫାଇନାଲ୍ କରାଯାଇଥିବା ବେଳେ ଏବେ ବିପାଶାଙ୍କୁ ନାୟିକା ଭୂମିକାରେ ସାଇନ୍ କରାଯାଇଛି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...