Entertainment

ଜ୍ୟାକଲିନ୍‌ ଚୁପଚାପ

  •  
  •  
  •  
  •  
  •  
  •  
  •  

କେତେ ଆଶା କରି ବସିଥିଲେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ୍‌ ଫର୍ନାଡିସ୍‌। ହେଲେ ସବୁ କିଛି ପାଣି ଫୋଟକା ପରି ମିଳାଇ ଗଲା। କାହାକୁ ବା କହିବେ ? ଏବେ ଖାଲି ଚୁପଚାପ ରହି ତାହାର କାରଣ ଖୋଜୁଛନ୍ତି। କଥା କ’ଣ  କି ହିନ୍ଦୀ ଫିଲ୍ମ ‘ଭାରତ’ର ନାୟିକା ଦୌଡରେ ତାଙ୍କ ନାମ ଶୁଣିବାକୁ ମିଳୁଥିଲା। ଏପରି କି ସଲମାନ କୁଆଡେ ନିଜ ପଟରୁ ଏ ନେଇ ସବୁଜ ସଙ୍କେତ ଦେଖାଇ ସାରିଥିଲେ। ହେଲେ ଠିକ୍‌ ବେଳକୁ  ସେଥିରେ କେଁ ପଶିଗଲା। ପ୍ରଥମେ ପ୍ରିୟଙ୍କା ଚୋପ୍ରାଙ୍କୁ ଅଫର ଦିଆଗଲା। ହେଲେ ସେ ମନା କରିବା ପରେ ଏବେ କ୍ୟାଟ୍ରିନା କୈଫଙ୍କୁ ନାୟିକା  ଭାବରେ ସାଇନ୍‌ କରାଯାଇଛି। ହେଲେ କ’ଣ ପାଇଁ ଜ୍ୟାକଲିନ୍‌ ବାଦ୍‌ ପଡିଲେ ? ଶୁଣିବାକୁ ମିଳୁଛି ଯେ  ସଲମାନ-ଜ୍ୟାକଲିନଙ୍କ ଅଭିନୀତ ‘ରେସ-୩’ ଫ୍ଲପ ହେବା ପରେ ସବୁ କିଛି ଅଡୁଆ ତଡୁଆ ହୋଇଯାଇଥିଲା। ସଲ୍ଲୁ ମିଅଁା କୁଆଡେ ପୁଣି ଥରେ ଜ୍ୟାକଲିନ୍‌ଙ୍କୁ ନେଇ ରିସ୍କ ଉଠାଇବାକୁ ଚାହୁଁ ନ ଥିଲେ । ତେଣୁ ‘ଭାରତ’ର କାଷ୍ଟିଂ ତାଲିକାରୁ ଜ୍ୟାକଲିନ୍‌ଙ୍କୁ ବାଦ୍‌ ଦିଆଯାଇଥିଲା।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...