Entertainment

ପ୍ରେମରେ ମାତିଛନ୍ତି ହରି

  •  
  • 13
  •  
  •  
  •  
  •  
  •  
    13
    Shares

ହାସ୍ୟାଭିନେତା ହରିହର ମହାପାତ୍ର। ସେ ଏବେ ପୂରାଦମ୍‌ରେ ପ୍ରେମରେ ମାତିଛନ୍ତି।  ଏମିତି ପ୍ରେମ ନିଶା ଘାରିଛି ଯେ ଦିନ କି ରାତି ଜଣାପଡୁନାହିିଁ। ହେଲେ ସେ କାହା ପ୍ରେମରେ ମସଗୁଲ୍‌ ? ସେ ସୁନ୍ଦରୀ ଜଣକ ହେଲେ ପିଙ୍କି ପ୍ରିୟଦର୍ଶିନୀ। କିନ୍ତୁ ତା’ ପୂର୍ବରୁ ଗୋଟିଏ କଥା ଜଣାଇ ଦେବା ଠିକ୍‌ ହେବ। ଏଭଳି ପ୍ରେମ ଘଟିଛି ଉଭୟଙ୍କର ରିୟଲ ନୁହେଁ ରିଲ୍‌ ଲାଇଫରେ। ଚଳଚ୍ଚିତ୍ରଟି ହେଲା ‘ଜୋର୍‌ କା ଝଟକା’। ଏଥିରେ ନାୟିକା ଭୂମିକାରେ ପିଙ୍କି ଅବତୀର୍ଣ୍ଣ ହୋଇଥିବା ବେଳେ ହରିଙ୍କୁ ଜଣେ କମେଡିଆନ ଭାବରେ ଦେଖିବାକୁ ମିଳିବ। ଶିବାନୀ ଏଣ୍ଟରଟେନେମେଣ୍ଟ ବ୍ୟାନରରେ ଚିତ୍ରଟିର କାହାଣୀ ରଚନା ସହ ପ୍ରଯୋଜନା କରିଛନ୍ତି ଶିବାନୀ ବେହେରା ଏବଂ ଅଶୋକ ବେହେରା। ନିର୍ଦ୍ଦେଶନା ଦେଇଛନ୍ତି ପିନୁ ନାୟକ ଏବଂ ଗୀତଗୁଡିକର ସ୍ବର ସଂଯୋଜନା କରିଛନ୍ତି ଅଭିଜିତ ମଜୁମଦାର। ଫିଲ୍ମଟି ଚଳିତବର୍ଷ ମାର୍ଚ୍ଚରେ ରିଲିଜ ହେବାର ଯୋଜନା ରହିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

  •  
    13
    Shares
  •  
  • 13
  •  
  •  
  •  
  •  
Loading...

Join The Discussion

Loading...