Entertainment

“ଦେବଦାସ’ଙ୍କ ନାୟିକା ଭୂମିକା

  •  
  • 6
  •  
  •  
  •  
  •  
  •  
    6
    Shares

ଅଭିନେତ୍ରୀ ଭୂମିକାଙ୍କ ଉତ୍ସାହ ଏବେ କାହିଁରେ କ’ଣ । ହେବେନି କେମିତି ସେ ଯେ ଦେବଦାସଙ୍କ ନାୟିକା ହେବାକୁ ଯାଉଛନ୍ତି । ହଁ, ଆପଣ ଜାଣନ୍ତି ‘ନାୟକର ନାଁ ଦେବଦାସ’ ନାଁରେ ଏକ ଫିଲ୍ମ ଖୁବ୍ ଶୀଘ୍ର ଆସିବ ପର୍ଦ୍ଦାକୁ । ଏହା ପୂର୍ବରୁ ଦିନ୍ଦୀ, ବଙ୍ଗଳା ଓ ଅନ୍ୟାନ୍ୟ ଭାଷାରେ ‘ଦେବଦାସ’ ନାଁରେ ଫିଲ୍ମ ନିର୍ମାଣ ହୋଇସାରିଛି । ଏବେ ଏ ଲୋକପ୍ରିୟ ଫିଲ୍ମଟି ଓଡ଼ିଆରେ ନିର୍ମିତ ହେଉଛି । ଫିଲ୍ମଟିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ପ୍ରଯୋଜକ ନିର୍ଦ୍ଦେଶକ ବେଶ୍ ଯତ୍ନବାନ ଅଛନ୍ତି । ସେ ଦୃଷ୍ଟିରୁ ଫିଲ୍ମଟି ବେଶ୍ ବ୍ୟୟବହୁଳ ହୋଇଛି । ତା’ଛଡ଼ା ଉଭୟ ଜୁନିଅର ଓ ସିନିୟର ଆର୍ଟିଷ୍ଟଙ୍କ ଅଭିନୟରେ ସମୃଦ୍ଧ ହୋଇଛି ‘ନାୟକର ନାଁ ଦେବଦାସ’ । ଅସିତ, ଭୂମିକା, ଅନୁ ଚୌଧୁରୀଙ୍କୁ ଛାଡ଼ିଦେଲେ ଦର୍ଶକ ଏଥିରେ ବରିଷ୍ଠ କଳାକାର ବିଜୟ ମହାନ୍ତି, ମିହିର ଦାସ, ବବି ମିଶ୍ର, ଅପରାଜିତା, ଭୂପତି ତ୍ରିପାଠୀ, ସ୍ମିତା ମହାନ୍ତି, ନମ୍ରତା ଦାସ, ପ୍ରିୟଙ୍କା ପ୍ରମୁଖଙ୍କ ଅଭିନୟ ଦେଖିବାକୁ ପାଇବେ । ଫିଲ୍ମର ପ୍ରଯୋଜନା କରିଛନ୍ତି ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସ ।

  •  
    6
    Shares
  •  
  • 6
  •  
  •  
  •  
  •  
Loading...

Join The Discussion

Loading...