Entertainment

ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରିୟଙ୍କା-ନିକ୍‌

  •  
  • 12
  •  
  •  
  •  
  •  
  •  
    12
    Shares

ଦୀପବୀରଙ୍କ ବିବାହ ପରେ ବଲିଉଡ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆମେରିକା ସିଙ୍ଗ୍‌ର ନିକ୍‌ ଜୋନାସଙ୍କୁ ଜୀବନସାଥୀ ଭାବେ ବାଛିଛନ୍ତି ପ୍ରିୟଙ୍କା। ୩ଦିନ ଧରି ବିବାହର ବିଭିନ୍ନ ରୀତିନୀତି ସମ୍ପନ୍ନ ହେବା ପରେ ଶନିବାର ପ୍ରଥମେ ଖ୍ରୀଷ୍ଟିଆନ ପରମ୍ପରାରେ ବିବାହ କରିଛନ୍ତି ପ୍ରିୟଙ୍କା ଓ ନିକ। ରାଜସ୍ଥାନର ମେହରନଗଡ ଫୋର୍ଟରେ ବିବାହ ପୂର୍ବରୁ ମେହେନ୍ଦି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହୋଇଥିବାବେଳେ ଉମୈଦ ଭବନ ପ୍ୟାଲେସଠାରେ ବିବାହ ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ହିନ୍ଦୁ ରୀତିନୀତି ଅନୁଯାୟୀ ଦୁହେଁ ବିବାହ କରିବେ ବୋଲି ଜଣାପଡିଛି। ଯୋଧପୁର ଯିବା ପୂର୍ବରୁ ଗତକାଲି ପ୍ରିୟଙ୍କାଙ୍କ ବାସଭବନରେ ଏକ ପୂଜାର ଆୟୋଜନ କରାଯାଇଥିଲା। ପୂଜା ସରିବା ପରେ ପ୍ରିୟଙ୍କା ଓ ନିକ ଗଣମାଧ୍ୟମ କ୍ୟାମେରା ଆଗରେ ଫଟୋ ପାଇଁ ପୋଜ ଦେଇଥିଲେ ।

  •  
    12
    Shares
  •  
  • 12
  •  
  •  
  •  
  •  
Loading...

Join The Discussion

Loading...