Entertainment

ଏମିତିକା ଭୂମିକା ଅନ୍ୱେଷଣରେ ଅନୁଷ୍କା

  •  
  • 2
  •  
  •  
  •  
  •  
  •  
    2
    Shares

ସବୁବେଳେ ଚ୍ୟାଲେଞ୍ଜ୍‌ ସୃଷ୍ଟିକାରୀ ତଥା ଚିତ୍ତାକର୍ଷକ ଭୂମିକାରେ ଅଭିନୟ କରିବାକୁ ଚାହାନ୍ତି ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ଏହାଦ୍ୱାରା ଜଣେ ନିଜର ଅଭିନୟକୁ ଭଲଭାବେ ପରିସ୍ଫୁଟନ କରିପାରେ ବୋଲି ସେ ପ୍ରକାଶ କରିଛନ୍ତି।

ପ୍ରଥମକରି ସେ ୟଶରାଜ ଫିଲ୍ମ ବ୍ୟାନରରେ ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ସହିତ ଅଭିନୟ ଆରମ୍ଭ କରିଥିଲେ। କୌଣସି ଉଚ୍ଚାଭିଳାଷୀ ଅଭିନେତ୍ରୀଙ୍କ ପାଇଁ ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ସ୍ବପ୍ନର ନାୟକ ହୋଇଥିବା ବେଳେ ଅନୁଷ୍କା ସେଭଳି ସୁଯୋଗ ପାଇଥିଲେ ଏବଂ ନିଜର ଦୀର୍ଘ ଦଶନ୍ଧିର କ୍ୟାରିୟର ମଧ୍ୟରେ ଅନେକ ମାଇଲଷ୍ଟୋନ ଅତିକ୍ରମ କରିସାରିଛନ୍ତି। ଅନୁଷ୍କା ତାଙ୍କର ଆଗାମୀ ଫିଲ୍ମ ‘ଜିରୋ’ରେ ଶାହରୁଖ୍‌ଙ୍କ ସହିତ ଅଭିନୟ କରିଥିବା ବେଳେ ଏହା ଖୁବ୍‌ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ସେ ସବୁବେଳେ ଚ୍ୟାଲେଞ୍ଜ ସୃଷ୍ଟିକାରୀ ଫିଲ୍ମରେ ଅଭିନୟ କରିବାକୁ ପସନ୍ଦ କରିଥାନ୍ତି। ତାଙ୍କ କହିବାନୁଯାୟୀ, ‘ଜିରୋ’ରେ ଅଭିନୟ ତାଙ୍କୁ ଉତ୍ସାହିତ କରିବା ସହିତ ତାଙ୍କ ଭିତରେ ଥିବା ଅଭିନେତ୍ରୀଙ୍କୁ ପୁନଃ ଉଦ୍ଭାବନ କରିବାର ସୁଯୋଗ ସୃଷ୍ଟି କରିଛି। ଆନନ୍ଦ ଏଲ୍‌. ରାଏଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଜିରୋ’ କାହାଣୀ ୩ଟି ଚରିତ୍ର ଶାହରୁଖ୍‌, ଅନୁଷ୍କା ଏବଂ କାଟ୍ରିନା କୈଫଙ୍କୁ ନେଇ ଗଢ଼ିଉଠିଛି। ଅନୁଷ୍କା ଏଥିରେ ‘ନାସା’ର ଜଣେ ବୈଜ୍ଞାନିକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

Loading...
  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...