Entertainment

ଦୁଇଥର ବାହା ହେବେ ପ୍ରିୟଙ୍କା

  •  
  • 13
  •  
  •  
  •  
  •  
  •  
    13
    Shares

ଆକ୍ଟ୍ରେସ୍ ପ୍ରିୟଙ୍କା ଚୋପ୍ରା ଓ ହଲିଉଡ୍ ସେଲିବ୍ରିଟି ନିକ୍ ଜୋନାସ୍ଙ୍କ ବାହାଘର ଯେତେ ପାଖେଇ ଆସୁଛି, ଲୋକଙ୍କ ଉକ୍ରଣ୍ଠା ସେହି ଅନୁସାରେ ବଢ଼ିବାରେ ଲାଗିଛି । ଉଭୟଙ୍କ ପ୍ରଶଂସକ ଜାଣିବାକୁ ଚାହୁଁଛନ୍ତି, ବିବାହ
ସମ୍ପର୍କିତ ସଦ୍ୟତମ ଖବରଟି କ’ଣ? ଡିସେମ୍ବରରେ ପ୍ରିୟଙ୍କା ଓ ନିକ୍ ହାତକୁ ଦି’ ହାତ ହେବେ; ଏକଥା ସମସ୍ତେ ଜାଣନ୍ତି । ତେବେ ରୋଚକ ଖବରଟି ହେଉଛି ପ୍ରିୟଙ୍କା ଦୁଇଥର ବିବାହ କରିବେ । ତାହା ପୁଣି ଜଣେ ବ୍ୟକ୍ତି ଅର୍ଥାତ୍ ନିକ୍ଙ୍କୁ । ପ୍ରଥମେ ପଞ୍ଜାବୀ/ହିନ୍ଦୁ ରୀତିରେ ବିବାହ ସମ୍ପନ୍ନ ହେବ । ପରଦିନ ଖ୍ରୀଷ୍ଟିୟାନ୍ ରୀତି ନୀତି ଅନୁସାରେ ପୁଣି ବିବାହ କରିବେ ପ୍ରିୟଙ୍କା ଓ ନିକ୍ । ଯୋଧପୁରର ଉମ୍ମିଦ ଭବନ ପ୍ୟାଲେସ୍ରେ ଏହି ବହୁ ପ୍ରତୀକ୍ଷିତ ବିବାହ ଉତ୍ସବ ଅନୁଷ୍ଠିତ ହେବ । ବିବାହବେଳେ ନିକ୍ ଆଇଭରି ହ୍ୱାଇଟ୍ ଡ୍ରେସ୍ ପିନ୍ଧିବେ ଓ ପ୍ରିୟଙ୍କା ପିନ୍ଧିବେ ଲାଲ୍ ରଙ୍ଗର ପୋଷାକ । ଅବୁ ଜାନି ଏବଂ ସନ୍ଦୀପ ଖୋସଲା ପ୍ରିୟଙ୍କାଙ୍କ ବିବାହ ପୋଷାକ ଡିଜାଇନ୍ କରିଛନ୍ତି । ପ୍ରିୟଙ୍କାଙ୍କ ନିକଟ ସମ୍ପର୍କୀୟ ବେଷ୍ଟମ୍ୟାନ୍ ଏବଂ ବ୍ରାଇଡ୍ସମେଡ୍ସ ରାଲ୍ଫ ଲରେନ୍ଙ୍କ ଦ୍ୱାରା ଡିଜାଇନ୍ ପୋଷାକ ପରିଧାନ କରିବେ । ଉଭୟଙ୍କ ପରିବାର ସଦସ୍ୟଙ୍କୁ ବାଦ୍ଦେଲେ ଏହି ବିବାହ ଉତ୍ସବରେ ୧୦୦ରୁ ୧୫୦ ବ୍ୟକ୍ତି ଉପସ୍ଥିତ ରହିବେ ।

  •  
    13
    Shares
  •  
  • 13
  •  
  •  
  •  
  •  
Loading...

Join The Discussion

Loading...