Entertainment

ବାହାହେବେ ସୁସ୍ମିତା

  •  
  • 5
  •  
  •  
  •  
  •  
  •  
    5
    Shares

ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ତାଙ୍କର ପୁରୁଷବନ୍ଧୁ ରୋମନ୍ ସଲ୍ଙ୍କୁ ବିବାହ କରିବେ । ଏଭଳି ଆଲୋଚନା ଚାଲିଛି ବଲିଉଡ୍ରେ । ମଡେଲ୍-ଆକ୍ଟ୍ରେସ୍ ସୁସ୍ମିତା ଓ ରୋମନ୍ ମୁମ୍ବାଇର ଅଧିକାଂଶ ଦିୱାଲି ପାର୍ଟିରେ ହାତ ଧରା ଧରି ହୋଇ ବୁଲୁଥିବା ଦେଖିବା ପରେ ଏଭଳି ଆଲୋଚନା ଜୋର୍ ଧରିଛି । କେବଳ ସେତିକି ନୁହେଁ, ସୁସ୍ମିତା ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ସମ୍ପର୍କ ବିଷୟରେ ଖୋଲାଖୋଲି ଲେଖିଛନ୍ତି । ରୋମନ୍ ତାଙ୍କ ଲାଇଫ୍ର ‘ଲଭ୍’ ବୋଲି ଉଲ୍ଲେଖ କରିଛନ୍ତି ସୁସ୍ମିତା । କେବଳ ସେତିକି ନୁହେଁ, ପୂରା ପରିବାର ନିକଟରେ ତାଜମହଲ୍ ବୁଲିବାକୁ ଯାଇ ଫଟୋ ବି ଉଠାଇଛନ୍ତି । ସୁସ୍ମିତାଙ୍କର ଜଣେ ବାନ୍ଧବୀଙ୍କ କହିବାନୁସାରେ, ଏକ ଫ୍ୟାସନ୍ କାର୍ଯ୍ୟକ୍ରମରେ ଗତ ଦୁଇ ମାସ ତଳେ ଦୁହିଁଙ୍କର ସାକ୍ଷାତ ହୋଇଥିଲା । ସେବେଠୁ ଦୁହେଁ ଡେଟିଂରେ ଅଛନ୍ତି ଏବଂ ଦୁଇଜଣ ପରସ୍ପରର ବେଶ୍ ଖିଆଲ ରଖୁଛନ୍ତି । ରୋମନ୍ ପ୍ରଥମେ ସୁସ୍ମିତାଙ୍କୁ ବିବାହ ପ୍ରସ୍ତାବ ଦେବା ପରେ ସୁସ୍ମିତା ରାଜି ହୋଇଯାଇଥିଲେ ଓ ଏହାକୁ ଇନ୍ଷ୍ଟାଗ୍ରାମ୍ରେ ସେୟାର୍ କରିଥିଲେ । ସବୁକିଛି ଠିକ୍ଠାକ୍ ରହିଲେ ୨୦୧୯ ମସିହା ଏହି ସମୟବେଳକୁ ଦୁହେଁ ବିବାହ ବନ୍ଧନରେ ବାନ୍ଧିହେବେ ବୋଲି କହିଛନ୍ତି ସୁସ୍ମିତାଙ୍କ ବାନ୍ଧବୀ ।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...