Entertainment

ପାକିସ୍ଥାନୀ ଡାନ୍ସର ଭୂମିକାରେ ନଜର ଆସିବେ ଶ୍ରଦ୍ଧା କପୁର

  •  
  • 4
  •  
  •  
  •  
  •  
  •  
    4
    Shares

ରେମୋ ଡ଼ିସୈାଜାଙ୍କ ନିର୍ଦ୍ଦେଶିତ ଆଗାମୀ ସିନେମା ଏବିସିଡ଼ି ଥ୍ରୀ ରେ ମୁଖ୍ୟ ଭୂମିକାରେ ନଜର ଆସିବେ ବଲିଉଡ଼ ଜଗତର ଡ଼୍ୟାସିଙ୍ଗ ଯୋଡି ବରୁଣ ଧବନ  ଓ ଶ୍ରଦ୍ଧା କପୁର । ବରୁଣ ଧବନଙ୍କ ସହ ଏହି ସିନେମା ପାଇଁ କ୍ୟାଟ୍ରିନା ପୂର୍ବରୁ ସାଇନ କରିଥିବା ବେଳେ ଏବେ ସେହି ଭୂମିକାରେ ଶ୍ରଦ୍ଧା କପୁର ଅଭିନୟ କରିବେ ।ରେମୋ ଡ଼ିସୈାଜାଙ୍କ ନିର୍ଦ୍ଦେଶିତ ଆଗାମୀ ସିନେମା ଏବିସିଡ଼ି ଥ୍ରୀ ଏକ ଡ଼ାନ୍ସ ବେସଡ଼ ଫିଲ୍ମ । ଏହା ଏବିସିଡ଼ି ସିାନମାର ପାର୍ଟ ଥ୍ରୀ । ପୂର୍ବରୁ ଏବିସିଡ଼ି ଟୁ ରେ ବରୁଣ ଓ ଶ୍ରଦ୍ଧା ଅଭିନୟ କରିଥିଲେ ଓ ସେହି ଫିଲ୍ମ ସୁପରହିଟ ହୋଇଥିଲା । ପୁଣି ଥରେ ଏବିସିଡ଼ି ଥ୍ରିରେ ଏହି ଯୋଡ଼ି ପରଦାରେ ନଜରକୁ ଆସିବେ । ବରୁଣ ଫିଲ୍ମଟିର ସୁଟିଙ୍ଗ ଆରମ୍ଭ କରିଥିବା ବେଳେ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଶ୍ରଦ୍ଧାଙ୍କ ସୁଟିଙ୍ଗ । ଏହି ସିନେମାଟିରେ ବରୁଣ ଜଣେ ପଞ୍ଜାବୀ ଯୁବକ ଭୂମିକାରେ ନଜରକୁ ଆସୁଥିବା ବେଳେ ଶ୍ରଦ୍ଧା କପୁର ଜଣେ ପାକିସ୍ଥାନୀ ଡ୍ୟାନ୍ସର ଭାବରେ ଅଭିନୟ କରିବେ । ଏହାର ଅଧିକ ସିନ ଲଣ୍ଡନରେ ହେବାକୁ ଥିବାରୁ ଟିମ ଖୁବ ଶୀଘ୍ର ଇଲଣ୍ଡ ଯିବ । ଏହି ଫିଲ୍ମ ପାଇଁ ଶ୍ରଦ୍ଧା ନୂଆ ଡ୍ୟାନ୍ସ ମଧ୍ୟ ଶିଖୁଛନ୍ତି । ତାଙ୍କୁ ପ୍ରଶାନ୍ତ ସିଦେ୍ଧ ଓ ତାନିଆ ଟୋକରେ ଟ୍ରେନିଙ୍ଗ ଦେଉଛନ୍ତି । ଏବିସିଡ଼ି ଥ୍ରୀ ଆଗାମୀ ବର୍ଷ ନଭେମ୍ବର ଆଠରେ ରିଲିଜ ହେବ ଓ ଏହା ଥ୍ରୀଡ଼ି ରେ ମଧ୍ୟ ରିଲିଜ ହେବାକୁ ଯାଉଛି । ଏଥିରେ ସୋନମ ବାଜୱା, ପ୍ରଡ଼୍ୟୁସର ଭୁଷଣ କୁମାର ଓ ଡ଼ାଇରେକ୍ଟର ରେମା ଡ଼ିସୋ÷ଜା ନଜରକୁ ଆସିବେ । ଏହି ଫିଲ୍ମରେ ବରୁଣ ଓ ଶ୍ରଦ୍ଧାଙ୍କ ଯୋଡ଼ି ଦର୍ଶକଙ୍କ ମନ କେତେ ମୋହିନେବ ତାହା ଦେଖାଯିବ

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...