Entertainment

ସୁସ୍ମିତାଙ୍କ ବୟଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚା

  •  
  • 1
  •  
  •  
  •  
  •  
  •  
    1
    Share

ଏବେ ବଲିଉଡ୍‌ରେ ଚାଲିଛି ଏକ ଭିନ୍ନ ଟ୍ରେଣ୍ଡ। ଅଧିକ ବୟସର ନାୟିକାଙ୍କୁ ଜୀବନସାଥୀ କରିବାକୁ ଚାହୁଁଛନ୍ତି କେତେଜଣ ସେଲିବ୍ରିଟି। ନିକଟରେ ବଲିଉଡ୍‌ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କଠାରୁ ପ୍ରାୟ ୧୦ ବର୍ଷ ସାନ ଆମେରିକୀୟ ସିଙ୍ଗରଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ଏବେ ଏହି ତାଲିକାରେ ଆସିଛନ୍ତି ବଲିଉଡ୍‌ର ସିଙ୍ଗଲ୍‌ ମଦର ସୁସ୍ମିତା ସେନ୍‌। କିଛିଦିନ ହେବ ସୁସ୍ମିତା ତାଙ୍କର ବୟେଫ୍ରେଣ୍ଡଙ୍କୁ ନେଇ ଅଛନ୍ତି ଚର୍ଚ୍ଚାରେ। ସୁସ୍ମିତା ଓ ତାଙ୍କ ବୟଫ୍ରେଣ୍ଡ ରୋହମନ ଶଲ କିଛିଦିନ ହେବ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଶେୟାର କରୁଛନ୍ତି ଯାହାକୁ ଦେଖିଲେ ଉଭୟଙ୍କ କେମେଷ୍ଟ୍ରି ଖୁବ୍‌ ଜମୁଥିବା ଅନୁମାନ କରାଯାଉଛି। ଏବେ ସୁସ୍ମିତା ଓ୍ବାର୍କଆଉଟ୍‌ କରୁଥିବାର ଏକ ଫଟୋ ଶେୟାର କରିଛନ୍ତି। ଆଉ ଏଥିରେ କ୍ୟାପଶନ ଲେଖିଛନ୍ତି ମୁଁ ମୋ ଜନ୍‌ ସହ ଓ୍ବାର୍କଆଉଟ୍‌ କରିବାକୁ ପସନ୍ଦ କରେ। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ସୁସ୍ମିତା ପାଗଳ ଭଳି ରୋହମନଙ୍କୁ ଭଲ ପାଉଛନ୍ତି। ଏହି ଫଟୋଟିକୁ ଏପର୍ଯ୍ୟନ୍ତ ପାଖାପାଖି ଦେଢଲକ୍ଷ ଲୋକ ଲାଇକ୍‌ କରି ସାରିଲେଣି। ରୋହମନ ତଳେ ଶୋଇଥିବା ଅବସ୍ଥାରେ ସୁସ୍ମିତା ତାଙ୍କ ଉପରେ ଥିବା ନଜର ଆସିଛି। ଉଭୟେ ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଆଲୋଚନା ହେଉଛି।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...