Entertainment

ବିଗବସ୍ ସିଜିନ ୧୨ର ବିଜୟନୀ ହେଲେ ଦୀପିକା, ରନର୍ସ ଅପ୍ ହେଲେ ଏହି କ୍ରିକେଟର

  •  
  • 6
  •  
  •  
  •  
  •  
  •  
    6
    Shares

ନୂଆଦିଲ୍ଲୀ: ବିଗ ବସ ବିଜେତାଙ୍କ ଘୋଷଣା ହୋଇଛି । ବିଗ ବସ ସିଜନ-୧୨ ଟ୍ରଫିର ବିଜୟିନୀ ହୋଇଛନ୍ତି ଦୀପିକା କକ୍କର । ଗ୍ରାଣ୍ଡ ଫାଇନାଲରେ ଦୀପିକା କକ୍କର ବିଜୟ ମୁକୁଟ ପିନ୍ଧିଛନ୍ତି । ଦୀପିକା ସେଲିବ୍ରେଟି କଣ୍ଟେଷ୍ଟେଣ୍ଟ ରୂପରେ ସୋ’ରେ ଅଂଶଗ୍ରହଣ କରିଥିଲେ ଏବଂ ୧୫ ସପ୍ତାହ ହେବ ସଫଳତାର ସହିତ ଗତି କରି ଶେଷରେ ବିଜୟିନୀ ହୋଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ବିଜୟ ଦୌଡ଼ରେ କ୍ରିକେଟର ଶ୍ରୀସନ୍ଥ ମଧ୍ୟ ଥିଲେ । ଶ୍ରୀସନ୍ଥଙ୍କୁ ରନସ-ଅପ ଟ୍ରଫି ମିଳିଛି ।

ବିଗ ବସ ଗ୍ରାଣ୍ଡ ଫିନାଲେରେ ଶୀର୍ଷ ୫ରେ ଦୀପିକା କକ୍କଡ, ଶ୍ରୀସନ୍ଥ, ରୋମିଲ ଚୌଧୁରୀ, ଦୀପକ ଠାକୁର ଏବଂ କରଣବୀର ବୋହରା ପହଂଚିଥିଲେ । ମାତ୍ର ଫିନାଲେ ଆରମ୍ଭରେ କରନବୀର ବୋହରା ଏଲିମିନେଟ ହୋଇଯାଇଥିଲେ । ଏହା ପରେ ରୋମିଲ ଚୌଧୁରୀ ଶୀର୍ଷ ୨ ଦୌଡ଼ରୁ ବାହାରି ଯାଇଥିଲେ । ବିଗ ବସ ଫିନାଲେରେ ଜବରଦସ୍ତ ଟୁଇଟରେ ବାକି ବଂଚିଥିବା ଘରଲୋକଙ୍କୁ ଅଫର ଦିଆଯାଇଥିଲା ଯେ, ସେମାନେ ନିଜର ରାଶି ନେଇ ଘରକୁ ଯାଆନ୍ତୁ ଦିପକ ଠାକୁର ନିଜ ରାଶି ନେଇ ପ୍ରତିଯୋଗିତାରୁ ଫେରିଥିଲେ ।

Loading...

ଦିପକ ବାହାରି ଯିବା ପରେ ବିଜୟ ପାଇଁ ଭାଇ-ଭଉଣୀ ଦୀପିକା ଏବଂ ଶ୍ରୀସନ୍ଥ ରହିଲେ । ରଂଗାରଂଗ କାର୍ଯ୍ୟକ୍ରମରେ ଦୀପିକା ଏବଂ ଶ୍ରୀସନ୍ଥଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ଶେଷରେ ବଲିଉଡ଼ ଭାଇଜାନ ଦୀପିକାଙ୍କୁ ବିଜୟିନୀ ଘୋଷଣା କରିଥିଲେ ।

ବିଗ ବସ ପୂର୍ବରୁ ଦୀପିକା ଧାରାବାହିକ ‘ସସୁରାଲ ସିମର କା’ରେ ସିମର ରୂପରେ ନଜର ଆସିଥିଲେ । ସୋ’ ଆରମ୍ଭ ହେବା ପୂର୍ବରୁ ଦୀପିକାଙ୍କ ବିବାହ ସୋଏବ ଇବ୍ରାହୀମଙ୍କ ସହିତ ସଂପନ୍ନ ହୋଇଛି । ସୋ’ରେ ଦୀପିକା ଅନେକ ଥର ସୋଏବଙ୍କୁ ମନେ ପକାଉଥିଲେ ।

  •  
    6
    Shares
  •  
  • 6
  •  
  •  
  •  
  •  
Loading...

Join The Discussion

Loading...