ଥମେ ‘କେଦାରନାଥ’ ଓ ପରେ ‘ସିମ୍ବା’ର ସଫଳତା ପରେ ସୈଫଙ୍କ ଲଳନା ସାରା ଅଲ୍ଲୀ ଖାନ୍ଙ୍କ ନିକଟରେ ଫିଲ୍ମ ନିର୍ମାତାଙ୍କ ଲମ୍ବା ଲାଇନ୍। ତାଙ୍କୁ ନିଜ ଫିଲ୍ମରେ ନେବା ପାଇଁ ସମସ୍ତେ ଇଚ୍ଛୁକ। ଏସବୁ ମଧ୍ୟରେ ନିକଟରେ ସାରାଙ୍କୁ ‘ବାଗି-୩’ରେ ଅଭିନୟ କରିବା ଲାଗି ଆପ୍ରୋଚ୍ କରାଯାଇଥିଲ। ମାତ୍ର ସେ ଏହାକୁ ମନା କରିଛନ୍ତି। ଏହା ପଛର କାରଣଟି ହେଲା ଫିଲ୍ମରେ ତାଙ୍କର ରୋଲ୍। ଯାହାକି ବଡ଼ ନ ଥିଲା। ସେ କିଛି ସମୟ ପାଇଁ ସ୍କ୍ରିନ୍ରେ ନଜର ଆସିଥାନ୍ତେ। ମାତ୍ର ଏହା ସାରାଙ୍କୁ ପସନ୍ଦ ଆସି ନ ଥିବାରୁ ସେ ଫିଲ୍ମରେ କାମ କରିବାକୁ ସିଧାସିଧା ମନା କରିଦେଇଛନ୍ତି। ପ୍ରକାଶ ଥାଉ କି, ପୂର୍ବରୁ ବାଗି ଓ ବାଗି-୨ ବକ୍ସ ଅଫିସରେ ଭଲ ରୋଜଗାର କରିଛି। ଉଭୟରେ ଟାଇଗରଙ୍କ ସହ ଯଥାକ୍ରମେ ଶ୍ରଦ୍ଧା କପୁର ଓ ଦିଶା ପଟାନୀ ଅଭିନୟ କରିଥିଲେ। ଏହାକୁ ଦର୍ଶକ ଭରପୂର ଭଲପାଇବା ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ନିର୍ମାତା ଏହାର ତୃତୀୟ ସିକୁଏଲ ଆଣିବାକୁ ଯୋଜନା କରିଛନ୍ତି। ନିକଟରେ ବାଗି-୩ର ପୋଷ୍ଟର ରିଲିଜ କରାଯାଇଛି। ଏହା ୨୦୨୦ ମାର୍ଚ୍ଚ ୬ରେ ରିଲିଜ ହେବ। ଏହାକୁ ଅହମ୍ମଦ ଖାନ୍ ନିର୍ଦ୍ଦେଶନା ଦେବେ।