Entertainment

ଦିଶାଙ୍କ ଫଲୋଅର ସଂଖ୍ୟା ୧୭ ମିଲିୟନ ଡେଇଁଲା

  •  
  • 2
  •  
  •  
  •  
  •  
  •  
    2
    Shares

ଦିଶା ପଟାନି ଏବେ ଆକ୍ଟିଂ ସହ ଆଉ ଏକ କାମରେ ବ୍ୟସ୍ତ। ଅବଶ୍ୟ ସେଥିପାଇଁ ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡୁନାହିଁ। ବାସ୍‌, କେଇ ଲାଇନ୍‌ ଟିପ୍ସ ଦେଇଦେଲେ କାମ ଶେଷ। ତେଣିକି ତାକୁ ଆପଣ କିପରି ଉପଯୋଗ କରିବେ ତାହା ଆପଣଙ୍କ ଉପରେ ନିର୍ଭର କରେ। ତା’ହେଲେ କାମଟି କ’ଣ? ‘ବାଗି-୨’ର ନାୟିକା ଦିଶା ଏବେ ହସ ମନ୍ତ୍ର ବାଣ୍ଟୁଛନ୍ତି। କେମିତିକା ପରିସ୍ଥିତି ସୃଷ୍ଟି ହେଲେ ମାହୋଲ କେବଳ ହସରେ ଭରିଯିବ, ତାହାର ସରଳ ଉପାୟ ତାଙ୍କୁ ଜଣା। ସାଙ୍ଗମାନଙ୍କ ସହ ଏ କଥାକୁ ଶେୟାର କରିବା ପରେ ଏବେ ସମୟ ଦେଖି ହସ ମନ୍ତ୍ର ବାଣ୍ଟୁଛନ୍ତି ସେ। ଏ ବିଷୟରେ ସେ କହନ୍ତି, ‘ହସର ମାହୋଲ ଭିତରେ ରହିବାକୁ ହେଲେ କାହାକୁ କଠିନ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ବାସ୍‌, ନିଜକୁ ଯେତେସମ୍ଭବ ଟେନ୍‌ସନମୁକ୍ତ ରଖନ୍ତୁ ଆଉ ଏପରି ପରିବେଶ ସୃଷ୍ଟି କରନ୍ତୁ, ଯାହା କେବଳ ଆପଣଙ୍କୁ ନୁହେଁ, ଅନ୍ୟମାନଙ୍କୁ ହସିବାକୁ ବାଧ୍ୟ କରିବ। ହେଲେ ଏସବୁ ଆପଣଙ୍କ ମାନସିକତା ଉପରେ ହିଁ ନିର୍ଭର କରେ।’ ଆଉ ହସ ମନ୍ତ୍ର ବାଣ୍ଟିବା ପରେ ଏବେ ତାଙ୍କ ସୋସିଆଲ ମିଡିଆର ଫଲୋଅରଙ୍କ ସଂଖ୍ୟା ୧୭ ମିଲିୟନ କ୍ରସ୍‌ କରିଛି।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...