Entertainment

ଅମୃତାଙ୍କ ଲେଉଟାଣୀ

  •  
  •  
  •  
  •  
  •  
  •  
  •  

ବେଶ୍ କିଛି ବର୍ଷ ହେବ ସିନେ ଦୁନିଆଠୁ ନିଜକୁ ଦୂରେଇ ରଖିଥିବା ତନୁପାତଳୀ ଅମୃତା ରାଓ ଖୁବ୍ଶୀଘ୍ର କମ୍ବ୍ୟାକ୍ କରୁଛନ୍ତି । ‘ବାଲ୍ ଠାକ୍ରେ’ଙ୍କ ବାୟୋପିକ୍ ଜରିଆରେ ନୱାଜୁଦ୍ଦିନ୍ ଶିଦ୍ଦିକିଙ୍କ ସହ ସେ ସିନେ ପରଦାରେ ଦର୍ଶକଙ୍କୁଦେଖାଦେବେ । ଶେଷଥର ପାଇଁ ‘ସିଂହ ସାବ୍ ଦି ଗ୍ରେଟ୍’ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା । ଶିବସେନା ସୁପ୍ରିମୋ ବାଲ୍ ଠାକ୍ରେଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମର ପ୍ରଯୋଜନା ଦେଉଛନ୍ତି ସଞ୍ଜୟ ରାଉତ । ଫିଲ୍ମରେ ଅମୃତା ବାଲ୍ ଠାକ୍ରେ ପତ୍ନୀ ମିନା ଠାକ୍ରେଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ । ଏହି ଚରିତ୍ର ପାଇଁ ଅମୃତା ବେଶ୍ ପରିଶ୍ରମ କରୁଛନ୍ତି । ଚରିତ୍ରକୁ ଉଚିତ୍ ନ୍ୟାୟ ଦେବା ସହ ଦର୍ଶକଙ୍କ ହୃଦୟରେ ପୂର୍ବ ଭଲପାଇବା ଫେରାଇ ଆଣିବାକୁ ପ୍ରୟାସ ଚଳାଇଛନ୍ତି । ‘ଇସ୍କ ଭିସ୍କ’, ‘ଦିୱାର୍’, ‘ଶିକାର୍’, ‘ବିବାହ’, ‘ସତ୍ୟାଗ୍ରହ’ ଭଳି ଫିଲ୍ମରେ ନିଜର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ନିଜର କରିଥିବା ଅମୃତା ଦୀର୍ଘବର୍ଷର ଲେଉଟାଣିରେ କି ଚମକ୍ରାର କରୁଛନ୍ତି ଦେଖିବାକୁ ଅପେକ୍ଷା ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...