Entertainment

ଆମୀରଙ୍କ ନାୟିକା ବନିବେ ଏହି ହଟ୍ ଅଭିନେତ୍ରୀ

  •  
  • 2
  •  
  •  
  •  
  •  
  •  
    2
    Shares

ମିଷ୍ଟର ପର୍ଫେକ୍ସନିଷ୍ଟ ଆମୀର ଖାନ୍ଙ୍କ ନାୟିକା ଭାବେ ଦେଖିବାକୁ ମିଳିବେ ଅଦିତି ରାଓ ହୈଦରି । ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଭଳି ଆଲୋଚନା ଜୋର୍ ଧରିଛି । ନିକଟରେ ବିଳମ୍ବିତ ରାତିରେ ଆମୀରଙ୍କ ଘରକୁ ଯାଇଥିଲେ ଅଦିତି । ପ୍ରାୟ ଦୁଇ ତିନି ଘଣ୍ଟା ସେଠାରେ ରହିବା ପରେ ଫେରିଥିଲେ ସେ । ଏଥିରୁ ଅନୁମାନ କରାଯାଉଛି, ଆମୀରଙ୍କ ପରବର୍ତ୍ତୀ ଫିଲ୍ମର ନାୟିକା ହୋଇପାରନ୍ତି ଅଦିତି । ତେବେ ଅଦିତି ଏ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି । ନିକଟରେ ରିଲିଜ୍ ହୋଇଥିବା ଆମୀରଙ୍କ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ’ ବକ୍ସ ଅଫିସ୍ରେ ବିଫଳ ହୋଇଛି । ଆମୀର ମଧ୍ୟ ତାଙ୍କର ପରବର୍ତ୍ତୀ ଫିଲ୍ମ ପାଇଁ ପ୍ରସ୍ତୁତ ହେଲେଣି । ଏବେ ଆମୀରଙ୍କ ହାତରେ ରହିଛି ତିନି ଚାରିଟି ଫିଲ୍ମ । ସେଗୁଡ଼ିକ ମଧ୍ୟରେ ଅଛି ‘ମୁଗଲ୍’, ଓଶୋଙ୍କ ଉପରେ ପ୍ରସ୍ତୁତ ବାୟୋପିକ୍ ଓ ରାକେଶ ଶର୍ମାଙ୍କ ବାୟୋପିକ୍ । ଏସବୁ ଫିଲ୍ମର ହିରୋ ତ ଆମୀର ନିଶ୍ଚୟ ମାତ୍ର ନାୟିକା ଖୋଜା ଚାଲିଛି । ଆମୀରଙ୍କ ଘରେ ଅଦିତିଙ୍କ ମିଟିଂ ଏହା ସୂଚେଇ ଦେଉଛି ଯେ, ଏ ତିନୋଟି ଫିଲ୍ମ ମଧ୍ୟରୁ ଗୋଟିଏରେ ବି ଦେଖିବାକୁ ମିଳିପାରନ୍ତି ଅଦିତି ।

Loading...
  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...