Entertainment

ଗୀତ ଗାଇବେ ଅଦିତି !

  •  
  •  
  •  
  •  
  •  
  •  
  •  

ଗତବର୍ଷ ଏକ ଆୱାର୍ଡ ଶୋ’ରେ ପ୍ରଖ୍ୟାତ ଗାୟକ ଏଆର୍ ରେହମାନ୍ଙ୍କ ସହ ଗୀତ ଗାଇଥିବା ଅଦିତି ରାଓ ହାଇଦ୍ରୀଙ୍କୁ ଇତିମଧ୍ୟରେ ଢେର୍ ଗୁଡ଼ିଏ ସିଙ୍ଗିଙ୍ଗ୍ ଅଫର୍ ମିଳିସାରିଛି । କିନ୍ତୁ ଏଥିପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିନଥିବାରୁ ଚୁପ୍ ହୋଇ ରହୁଛନ୍ତି । ତାଙ୍କ କହିବା କଥା, ସେ ଜଣେ ପ୍ରଶିକ୍ଷିତ ଗାୟିକା ନୁହନ୍ତି । କିନ୍ତୁ ତାଙ୍କ ମା’ ଜଣେ ଉଚ୍ଚକୋଟୀର କଣ୍ଠଶିଳ୍ପୀ ଥିଲେ । ତାଙ୍କଠାରୁ ଗୀତ ଗାଇବାର କିଛି ଶୈଳୀ ପିଲାଦିନରୁ ଶିଖିଛନ୍ତି । ତେବେ ତାଙ୍କଠୁ ଆହୁରି ଉନ୍ନତ କଣ୍ଠଶିଳ୍ପୀ ଇଣ୍ଡଷ୍ଟ୍ରୀର ଅଛନ୍ତି । ଏ ସମସ୍ତଙ୍କୁ ପଛରେ ପକାଇ ଅଣପ୍ରଶିକ୍ଷିତ ଭାବେ ଗୀତ ଗାଇବା ସବୁଠୁ ଲଜ୍ଜାଜନକ ଘଟଣା ହେବ । ଫିଲ୍ମ ଅଭିନୟ ବିଷୟରେ କହିବାକୁ ଗଲେ, ସବୁକିଛି ଠିକ୍ । କାରଣ ଅଭିନୟ ତାଙ୍କ ଭିତରର ଏକ କଳାକୁ ଜାଗ୍ରତ କରି ରଖିଛି । କିନ୍ତୁ କଣ୍ଠଦାନ କରିବା ମା’ ସରସ୍ୱତୀଙ୍କ ବରଦାନ । ଏହାକୁ ଅପମାନିତ କରିବାକୁ ସେ ଚାହାନ୍ତି ନାହିଁ । ଯଦି ସବୁକିଛି ଠିକ୍ ଚାଲେ, ତେବେ ସେ ପ୍ରଶିକ୍ଷଣ ନେଇ ଦର୍ଶକଙ୍କ ସମ୍ମୁଖରେ ଅଭିନେତ୍ରୀ ପରେ ଜଣେ ଭଲ ଗାୟିକା ଭାବେ ପରିଚୟ ତିଆରି କରିବେ । ତା’ ପୂର୍ବରୁ ନୁହେଁ । ଏବେ ସେ ନଭେମ୍ବରର ଏକ ଫିଲ୍ମ ଶୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି । ଫିଲ୍ମଟି ତିନୋଟି ଭାଷାରେ ରିଲିଜ୍ ହେବ । ଏହାଛଡ଼ା ଦକ୍ଷିଣ ସୁପର୍ଷ୍ଟାର୍ ଧନୁଷଙ୍କ ବିପକ୍ଷରେ ଲିଡ୍ ରୋଲ୍ରେ ଦେଖାଦେବାକୁ ଯାଉଛନ୍ତି ଅଦିତି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...