Entertainment

ୟାମୀଙ୍କ ଘାରିଛି ଅନଲାଇନ୍ ଶପିଙ୍ଗ୍ ଜ୍ୱର

  •  
  •  
  •  
  •  
  •  
  •  
  •  

ଫିଲ୍ମରେ ଅଭିନୟ ସାଙ୍ଗକୁ ନିଜର ଆକର୍ଷଣୀୟ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ୟାମୀ ଗୌତମ୍ । ଏବେ କିନ୍ତୁ ଆଉ ଏକ ନୂଆ ଘଟଣା ପାଇଁ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଶୁଣିବାକୁ ମିଳୁଛି, ଅନ୍ୟମାନଙ୍କ ଭଳି ୟାମୀ ମଧ୍ୟ ଅନ୍ଲାଇନ୍ ଶପିଙ୍ଗ୍ କରିବାକୁ ଖୁବ୍ ଭଲପାଆନ୍ତି । କହିବାକୁ ଗଲେ, ବର୍ତମାନ ତାଙ୍କୁ କେବଳ ଅନ୍ଲାଇନ୍ ଶପିଙ୍ଗ୍ ଜ୍ୱର ହୋଇଛି । ଫିଲ୍ମ ଶୁଟିଂ ସମୟରେ କିଛି ସମୟ ଫାଙ୍କା ପାଆନ୍ତୁ କି ଘରେ ବସିଥାନ୍ତୁ ଅବା ସାଙ୍ଗସାଥୀ ମେଳରେ, ସବୁବେଳେ ତାଙ୍କ ହାତରେ ମୋବାଇଲ୍ ଆଉ ସେଥିରେ ଅନ୍ଲାଇନ୍ ଶପିଙ୍ଗ୍ ସାଇଟ୍ରେ କିଣାକିଣିରେ ବ୍ୟସ୍ତ ଥାନ୍ତି ସେ । ତେବେ ଏ ବିଷୟରେ ୟାମୀ କୁହନ୍ତି, ଖୁବ୍ କମ୍ ଦିନ ହେବ ସେ ଅନ୍ଲାଇନ୍ରେ ଶପିଙ୍ଗ୍ କରିବା ଆରମ୍ଭ କରିଛନ୍ତି । କିନ୍ତୁ ଅର୍ଡର୍ ଦେଉ ଦେଉ ତୁରନ୍ତ ଜିନିଷ ଆସି ପାଖରେ ପହଞ୍ôଚ ଯାଉଥିବାରୁ ଏହା କେତେବେଳେ ନିଶା ପାଲଟିଗଲା, ସେ ନିଜେ ବି ଜାଣିନାହାନ୍ତି । ଶପିଙ୍ଗ୍ ପାଇଁ ମାର୍କେଟ୍ରେ ବୁଲାବୁଲି କରିବା କି ସମୟ ବରବାଦ୍ କରିବା ଅପେକ୍ଷା ଏହି ଶପିଙ୍ଗ୍ ସାଇଟ୍ ତାଙ୍କୁ ସେଥିରୁ ରକ୍ଷାକରୁଛି । ୟାମୀଙ୍କ ଏ ବାଣୀ ଶୁଣି ଲାଗୁଛି ଅନ୍ଲାଇନ୍ ଶପିଙ୍ଗ୍ ଜ୍ୱର ଆଉ ତାଙ୍କ ମୁଣ୍ଡରୁ ଓହ୍ଲାଇବନି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...