Entertainment

ସଲମାନଙ୍କ ମଣିଷପଣିଆ : କ୍ୟାନ୍ସର ପୀଡିତ କୁନି ପ୍ରଶଂସକଙ୍କୁ ଭେଟିଲେ

  •  
  • 2
  •  
  •  
  •  
  •  
  •  
    2
    Shares

ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ ଓରଫ ସଲ୍ଲୁ ମିଆଁ ଜଣେ ପରୋପକାରୀ ମଣିଷ। ସେ ନିଜର ପ୍ରଶଂସକଙ୍କ ପାଇଁ କିଛି ବି କରିପାରନ୍ତି। ନିକଟରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ବମ୍ବେର ଟାଟା ମେମୋରିଆଲ ହସ୍‌ପିଟାଲରେ କ୍ୟାନ୍ସରରେ ପୀଡିତ ନିଜର ଜଣେ କୁନି ପ୍ରଶଂସକଙ୍କ ଇଚ୍ଛାକୁ ପୂରଣ କରିବା ଲାଗି ସଲମାନ ସେଠାରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କୁ ଭେଟିବା ସହ ମନୋବଳ ବଢ଼ାଇଥିଲେ। ଏହାକୁ ନେଇ ଏକ ଭିଡିଓ ଭାଇରାଲ ହେବାପରେ ସଲ୍ଲୁଙ୍କ ଏହି କାର୍ଯ୍ୟକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି। ତେବେ ଗୋବିନ୍ଦ ନାମକ ଜଣେ ବ୍ୟକ୍ତି ସଲମାନଙ୍କୁ ତାଙ୍କ ସ୍ତ୍ରୀଙ୍କ ଭଣଜା ବିଷୟରେ ଜଣାଇଥିଲେ। ସେ କ୍ୟାନ୍ସରରେ ପୀଡ଼ିତ ଥିବା  ଜଣାଇବା ସହ ଗୋଟିଏ ଥର ସେ ତାଙ୍କୁ ଭେଟନ୍ତୁ ବୋଲି କହିଥିଲେ। ସଲମାନ ଗୋବିନ୍ଦଙ୍କ ଅନୁରୋଧ ରକ୍ଷା କରି ଡାକ୍ତରଖାନାରେ ପହଞ୍ଚି ତାଙ୍କୁ ଭେଟିଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ ସଲମାନ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟ ପିଲାମାନଙ୍କୁ ମଧ୍ୟ ଭେଟିଥିବା ଜଣାପଡ଼ିଛି।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...