Entertainment

ଶ୍ରଦ୍ଧା ଏବେ ପ୍ରେମରେ ଉବୁଟୁବୁ

  •  
  • 240
  •  
  •  
  •  
  •  
  •  
    240
    Shares

ଶ୍ରଦ୍ଧା କପୁରଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ସେ କୁଆଡ଼େ ପ୍ରେମରେ ଉବୁଟୁବୁ। ପୁଣି କାହା ସହ ଜାଣନ୍ତି ? ପିଲାଦିନର ବନ୍ଧୁ ତଥା ଫଟୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କ ସହ। ଏ ନେଇ ଯାହା ତ ଆଲୋଚନା ଚାଲିଥିଲା, ହେଲେ ସେଥିରେ ନିଅଁାରେ ଘିଅ ଢାଳିବା ଭଳି କାମ କରିଛନ୍ତି ରୋହନ। ନିକଟରେ ସେ ଦୁହିଁଙ୍କର କେତୋଟି ଫଟୋ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଛନ୍ତି, ଯାହା ଏଭଳି ଆଲୋଚନାକୁ ଆଗକୁ ବଢ଼ାଇବାକୁ ଯଥେଷ୍ଟ ଖୋରାକ ଯୋଗାଇଛି। ରୋହନ ସିନା ଏ ନେଇ ଚୁପ୍‌ ଅଛନ୍ତି, ହେଲେ ଶେଷରେ ଶ୍ରଦ୍ଧା ଏହି ବିଷୟରେ ସଫେଇ ଦେଇଛନ୍ତି। ସେ କହନ୍ତି, ”ଯାହା ଶୁଣିବାକୁ ମିଳୁଛି ତାହା ମିଛ। ଏଭଳି ଅଯଥା କଥା ଯେ ଆଗକୁ ବଢ଼ୁ ତାହା ମୁଁ ଚାହେଁନା। ଆମେ ଦୁହେଁ ଭଲ ବନ୍ଧୁ। ପିଲାଟି ଦିନରୁ ମୁଁ ତାଙ୍କୁ ଭଲ ଭାବରେ ଜାଣିଛି ଆଉ ସେ ମୋର ଜଣେ ବଡ଼ ପ୍ରଶଂସକ।“ ତେବେ ଏକଥା ସତ କି ମିଛ ତାହା କେବଳ ରୋହନ ନ ହେଲେ ଶ୍ରଦ୍ଧାଙ୍କୁ ହିଁ ଜଣା।

  •  
    240
    Shares
  •  
  • 240
  •  
  •  
  •  
  •  
Loading...

Join The Discussion

Loading...