ଏକ ଭାଇରାଲ ଭିଡିଓରୁ ରାତାରାତି ଷ୍ଟାର ପାଲଟିଥିଲେ ‘ଓ୍ବିଙ୍କ ଗର୍ଲ’ ପ୍ରିୟାପ୍ରକାଶ। ଦେଶ ତଥା ଦେଶ ବାହାରର ଯୁବକମାନଙ୍କୁ ତାଙ୍କ ଆଖି ମାରିବାର ଭିଡିଓଟି ପାଗଳ ପ୍ରାୟ କରିଦେଇଥିଲା। ଫଳରେ ଗୁଗୁଲରେ ୨୦୧୮ର ସବୁଠାରୁ ଅଧିକ ଖୋଜା ଯାଉଥିବା ସେଲିବ୍ରିଟି ତାଲିକାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ। ସେବେଠାରୁ ପ୍ରିୟା ଚର୍ଚ୍ଚାରେ ରହୁଛନ୍ତି। ଆଗାମୀ ଦିନରେ ସେ ବଲିଉଡରେ କାମ କରିବେ ବୋଲି ଶୁଣିବାକୁ ମିଳୁଥିବା ବେଳେ ନିକଟରେ ତାଙ୍କ ସହ ଅଭିନେତା ରୋଶନ୍ ଅବ୍ଦୁଲ ରହୁଫ୍ଙ୍କ ଏକ ଫଟୋସୁଟ୍ ସାମ୍ନାକୁ ଆସିଛି। କାର୍ର ଡିକିରେ ପ୍ରିୟା ଓ ରୋଶନ୍ଙ୍କ ସେଲିବ୍ରେଶନ ମୁଡ୍ ଦେଖିବାକୁ ମିଳୁଛି। ଏହା ଏବେ ବେଶ ଭାଇରାଲ ହେଉଛି। ଖୁବ୍ କମ୍ ସମୟ ମଧ୍ୟରେ ସାଢ଼େ ୬ ଲକ୍ଷ ଲୋକ ଏହାକୁ ପସନ୍ଦ କରିଛନ୍ତି।
Loading...