Entertainment

ପରଦାରେ ମହାଭାରତ

  •  
  •  
  •  
  •  
  •  
  •  
  •  

ସିନେମା ହଲ୍କୁ ଆସିଛି ‘ପ୍ରେମ ପାଇଁ ମହାଭାରତ’ । ଏହି ବହୁଚର୍ଚ୍ଚିତ ଓଡ଼ିଆ ସିନେମାଟି ଦେଖିବା ଭଳି ହୋଇଛି ବୋଲି ହଲ୍ଫେରନ୍ତା ଦର୍ଶକଙ୍କ ମତ । ସୂଚନାଯୋଗ୍ୟ, ଏ ଫିଲ୍ମକୁ ନେଇ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆରମ୍ଭରୁ ଚର୍ଚ୍ଚା ଓ ଉକ୍ରଣ୍ଠା ଲାଗି ରହିଥିଲା । ଏଇ କାରଣରୁ ଯେ, ପ୍ରଥମତଃ ଏହାର ନାମକରଣ । ‘ମହାଭାରତ’ ସମ୍ପର୍କରେ ଆମେ ସମସ୍ତେ ଜାଣୁ । ଦ୍ରୌପଦୀ ପାଣ୍ଡବ ପାଞ୍ଚ ଭାଇଙ୍କ ପତ୍ନୀ ହୋଇଥିବା ସତ୍ୱେ ତାଙ୍କୁ ନେଇ ଭାଇମାନଙ୍କ ମଧ୍ୟରେ ବାଦ ବିବାଦ, ମନୋମାଳିନ୍ୟ ନଥିଲା । ମାତ୍ର ‘ପ୍ରେମ ପାଇଁ ମହାଭାରତ’ ଫିଲ୍ମର କଥାବସ୍ତୁ ନିଆରା । ଏଥିରେ ଜଣେ ଦ୍ରୌପଦୀଙ୍କ ପ୍ରେମ ପାଇବା ପାଇଁ ପାଣ୍ଡବ ପାଂଚ ଭାଇଙ୍କ ଭିତରେ କଳି ଝଗଡ଼ା । ଏଭଳି ଏକ ଅଭିନବ ବିଷୟବସ୍ତୁକୁ ନେଇ ଫିଲ୍ମର କାହାଣୀ ଲେଖା ହୋଇଛି । ତେଣୁ ଏହାକୁ ନେଇ ସବୁଠି ଚର୍ଚ୍ଚା । ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିରଞ୍ଜନ ବେହେରା, କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ ଜେଠୀ । ସମ୍ବିତ, ରୀୟା, ସମରେଶ, ପିଣ୍ଟୁ ନନ୍ଦ, ଶ୍ରୀତମ ଦାସ ପ୍ରମୁଖ ଏ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...