Entertainment

ପରଦାରେ କବାଡି ଖେଳିବେ କଙ୍ଗନା

  •  
  •  
  •  
  •  
  •  
  •  
  •  

ଫିଲ୍ମନିର୍ମାତା ଅଶ୍ୱିନୀ ଅୟାର୍ ନିଜର ଆଗାମୀ ଫିଲ୍ମ ‘ପଙ୍ଗା’ରେ କଙ୍ଗନା ରଣାୱତ୍, ନୀନା ଗୁପ୍ତା ଏବଂ ଜସି ଗିଲ୍ଙ୍କ ଭଳି କଳାକାରଙ୍କୁ ସାମିଲ କରିଛନ୍ତି । ଫକ୍ସଷ୍ଟାର୍ ଷ୍ଟୁଡିଓର ଏହି ଫିଲ୍ମ ଏଭଳି ଏକ ପରିବାରର କାହାଣୀକୁ ଉପସ୍ଥାପନ କରୁଛି, ଯେଉଁଥିରେ ପ୍ରତିଟି ଚରିତ୍ର ଏକସଙ୍ଗେ କାନ୍ଦୁଛନ୍ତି, ଏକସଙ୍ଗେ ସ୍ୱପ୍ନ ଦେଖୁଛନ୍ତି ଏବଂ ପରସ୍ପରର ସ୍ୱପ୍ନ ପୂରଣ କରିବାକୁ ସବୁବେଳେ ତତ୍ପର ହୋଇରହୁଛନ୍ତି । ଫିଲ୍ମର କାହାଣୀ ଆଧୁନିକ ପରିବାରର ସମ୍ପର୍କ ଉପରେ ପର୍ଯ୍ୟବସିତ । ଏଥିରେ କଙ୍ଗ୍ନା ଜଣେ କବାଡ଼ି ଖେଳାଳି ଚରିତ୍ର ନିର୍ବାହ କରୁଛନ୍ତି । ଫିଲ୍ମର ଅଫର୍ ପାଇବା ପରେ ସେ ଯେତିକି ଖୁସି ହୋଇନଥିଲେ, ଏହାର କାହାଣୀ ଶୁଣି ନିଜକୁ ରୋକିପାରି ନଥିବା କହିଛନ୍ତି କଙ୍ଗନା । କାହାଣୀଟି ଏତେ ଭାବୁକ ଥିଲା ଯେ, ହଁ ନକହିବାକୁ ତାଙ୍କ ପାଖରେ କିଛି ଉପାୟ ନଥିଲା । କାରଣ ପ୍ରତିଟି ପରିସ୍ଥିତିରେ ତାଙ୍କ ସହ ତାଙ୍କ ପରିବାର ସବୁବେଳେ ସାହସ ହୋଇ ଠିଆହୋଇଛନ୍ତି । ତେଣୁ ବାସ୍ତବରେ ଫିଲ୍ମର ଭାବନାକୁ ସେ ଅନୁଭବ କରି ପାରିଲେ । ଏଭଳି ବାସ୍ତବଧର୍ମୀ ଫିଲ୍ମର ଅଂଶ ପାଲଟି ସେ ଖୁସୀ ତ ଅଛନ୍ତି, ତା’ସହ ନିଜକୁ ଭାଗ୍ୟବତୀ ବୋଲି ମନେ କରୁଛନ୍ତି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...