Home ମନୋରଞ୍ଜନ ଛେଳି ଚରାଉଛନ୍ତି ବିଗ୍ ବି !

ଛେଳି ଚରାଉଛନ୍ତି ବିଗ୍ ବି !

ମୁମ୍ବାଇ୪: ବଲିଉଡ୍‌ର ବିଗ୍‌ ବି ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥିବା ବେଳେ ନିଜ ସମ୍ପର୍କିତ ସମସ୍ତ ଖବରକୁ ମଧ୍ୟ ଶେୟାର କରିଥା’ନ୍ତି। ପୂର୍ବରୁ ଶାହରୁଖ ଖାନ୍‌ଙ୍କ ସହ ଅମିତାଭ ମସ୍ତି ଓ ଥଟ୍ଟାରେ ଝଗଡ଼ା କରୁଥିବା ଟୁଇଟରରେ ଦେଖିବାକୁ ମିଳିଥିଲା। ଏବେ କିନ୍ତୁ ଅମିତାଭଙ୍କୁ ଆଉ ଏକ ପ୍ରକାର ଅର୍ଥାତ୍‌ ସେ ଛେଳି ଚରାଉଥିବା ଦେଖିବାକୁ ମିଳିଛି। ଅମିତାଭଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅମିତାଭ ନିଜ ଟୁଇଟରରେ ଏକ ଫଟୋ ଶେୟାର କରିବା ସହ କ୍ୟାପସନ୍‌ରେ ଲେଖିଛନ୍ତି, ‘ଆଇ ଓ୍ବାକ୍‌ ଗୋଟ୍‌’। ଏହି ଫଟୋରେ ଅମିତାଭ ଧଳା କୁର୍ତ୍ତା ଓ ଧୋତି ପିନ୍ଧିଥିବା ବେଳେ ବେକରେ ଏକ ଗାମୁଛା ପକାଇଛନ୍ତି। ଏହି ଗେଟ୍‌ଅପ୍‌ ତାଙ୍କୁ ଦେଶୀ ଲୁକ୍‌ ଦେଇଛି। ଏବେ ଅମିତାଭ ‘ତେରା ୟାର ହୁଁ ମେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ତାମିଲ ଓ ହିନ୍ଦୀରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ଶୁଟିଂ ମୁମ୍ବାଇର ଫିଲ୍ମ ସିଟିରେ ହେଉଛି। ସେହିପରି ୨୦ ବର୍ଷ ପରେ ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କ ସହ ବଡେ ମିଅଁା ଛୋଟେ ମିଅଁା ର ସହ-ଅଭିନେତ୍ରୀ ରାମ୍ୟା କୃଷ୍ଣା ନଜର ଆସିବେ ବୋଲି ଜଣାପଡ଼ିଛି।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...