Entertainment

କ୍ୟାଟ୍ରିନାଙ୍କ ମଜାକ୍‌ ଉଡାଇଲେ ସୋସିଆଲ ମିଡିଆ ୟୁଜର

  •  
  • 5
  •  
  •  
  •  
  •  
  •  
    5
    Shares

ଭାରତୀୟ କ୍ରିକେଟର କ୍ୟାପଟେନ୍‌ ବିରାଟ କୋହଲିଙ୍କର ବଲିଉଡ୍‌ ସହ ରହିଛି ଏକ ଭିନ୍ନ ସମ୍ପର୍କ। ସୋମବାର ବିରାଟ ୩୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଥିବା ବେଳେ ପତ୍ନୀ ଅନୁଷ୍କାଙ୍କ ତରଫରୁ ବଲିଉଡରୁ ମଧ୍ୟ ଆସିଛି କିଛି ଶୁଭେଚ୍ଛା ବାର୍ତ୍ତା। ଆଉ ଏମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ବଲିଉଡ୍‌ କୁଇନ୍‌ କ୍ୟାଟ୍ରିନା କେଫ୍‌। ଟୁଇଟର ମାଧ୍ୟମରେ ସେ ଜଣାଇଛନ୍ତି ଜନ୍ମଦିନର ଶୁଭେଚ୍ଛା। ହେଲେ ଏଥିରେ ସେ ଏମିତି ଭୁଲ୍‌ କରିଛନ୍ତି ଯେ ଯାହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ କ୍ୟାଟ୍ରିନାଙ୍କ ମଜାକ୍‌ ଉଡାଇଛନ୍ତି। ଶୁଭେଚ୍ଛା ବାର୍ତ୍ତାଟି ଲେଖି ସେ ଅନୁଷ୍କାଙ୍କୁ ଟ୍ୟାଗ୍‌ କରି କହିଛନ୍ତି ହାପି ବାର୍ଥ ଡେ। ତେଣୁ ସେ ବିରାଟଙ୍କ ବଦଳରେ ଅନୁଷ୍କାଙ୍କୁ ଜଣାଇଛନ୍ତି ଜନ୍ମଦିନ ଶୁଭେଚ୍ଛା। ଏହାକୁ ଦେଖିବା ପରେ ଅନେକେ କ୍ୟାଟ୍ରିନାଙ୍କ ମଜାକ୍‌ ଉଡାଇଛନ୍ତି।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...