Entertainment

କାହାକୁ ସମୟ ଦେବେ ଶ୍ରଦ୍ଧା

  •  
  • 8
  •  
  •  
  •  
  •  
  •  
    8
    Shares

ବେଶ୍ କିଛି ଦିନ ହେବ ବ୍ୟାଡ୍ମିଣ୍ଟନ୍ ଖେଳାଳୀ ସାଇନା ନେହେୱାଲ୍ଙ୍କ ବାୟୋପିକ୍ ନିର୍ମାଣକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ତାଙ୍କ ଚରିତ୍ରରେ ବି’ଟାଉନ୍ର ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର୍ଙ୍କୁ ଫାଇନାଲ୍ କରାଯାଇଛି । ଏକଥା ସଭିଙ୍କୁ ଜଣା । ତା’ଛଡ଼ା ଫିଲ୍ମର ଶୁଟିଂ କାର୍ଯ୍ୟ ଡିସେମ୍ବରରୁ ଆରମ୍ଭ ହେବ ବୋଲି ମଧ୍ୟ ଶୁଣାଯାଉଥିଲା । କିନ୍ତୁ ଏବେ ଫିଲ୍ମନିର୍ମାତା ବଡ଼ ଅଡୁଆ ପରିସ୍ଥିତି ଦେଇ ଗତି କରୁଛନ୍ତି । ଶୁଣିବାକୁ ମିଳିଛି, ସାଇନା ନେହୱାଲ୍ଙ୍କ ବାୟୋପିକ୍ ନିର୍ମାଣ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଏହାର ସବୁଠୁ ବଡ଼ କାରଣ ହେଉଛନ୍ତି ଶ୍ରଦ୍ଧା । ପ୍ରକୃତରେ ଶ୍ରଦ୍ଧାଙ୍କ ଡେଟ୍ ପ୍ରୋବ୍ଲେମ୍ ଯୋଗୁ ଆଜି ପୂରା ଫିଲ୍ମ ତିଆରିରେ ଗଡ଼ବଡ଼ ଦେଖାଦେଇଛି । କଥା ହେଉଛି, ଶ୍ରଦ୍ଧାଙ୍କୁ ଯେତେବେଳେ ଏହି ଫିଲ୍ମ ପାଇଁ ପ୍ରସ୍ତାବ ଦେଇଥିଲେ ସେ ଡିସେମ୍ବରରେ ଶୁଟିଂ ଆରମ୍ଭ କରିବାକୁ ତାରିଖ ଫାଇନାଲ୍ କରିଥିଲେ । କିନ୍ତୁ ଏବେ ଶୁଣିବାକୁ ମିଳୁଛି, ସେ ଭୁଲା ମନରେ ତାରିଖ କହିଦେଇଥିଲେ । କାରଣ ଯେଉଁ ତାରିଖ ସେ ସାଇନା ନେହୱାଲ୍ଙ୍କ ବାୟୋପିକ୍ ପାଇଁ ସ୍ଥିର କରିଥିଲେ, ସେ ତାରିଖରେ ସେ ନିତେଶ ତିୱାରୀଙ୍କ ‘ଛିଛୋରେ’ ଏବଂ ପ୍ରଭାସଙ୍କ ଅଭିନୀତ ‘ସାହୋ’ ପାଇଁ ବ୍ୟସ୍ତ ଅଛନ୍ତି । ଏପଟେ ସାଇନା ନେହୱାଲ୍ ବାୟୋପିକ୍ର ନିର୍ଦ୍ଦେଶକ ଅମୋଲ୍ ଗୁପ୍ତା ଜାନୁଆରୀ ସୁଦ୍ଧା ଯେଉଁ ଶୁଟିଂ କରିଥାନ୍ତେ, ତାହା ବିଳମ୍ବ ହେବାରେ ଲାଗିଛି । ଏଣୁ ସେ ଶ୍ରଦ୍ଧାଙ୍କ ଉପରେ ରାଗିକି ଖପ୍ପା । ହୋଇପାରେ ଯଦି ଖୁବ୍ଶୀଘ୍ର ଶ୍ରଦ୍ଧା ଫିଲ୍ମ ପାଇଁ ତାରିଖ ସ୍ଥିର ନ କରନ୍ତି, ସୁଯୋଗ ହାତଛଡ଼ା କରି ପସ୍ତାଇପାରନ୍ତି ।

  •  
    8
    Shares
  •  
  • 8
  •  
  •  
  •  
  •  
Loading...

Join The Discussion

Loading...