Entertainment

କମୁଛି ସୋନାଲିଙ୍କ ଦୃଷ୍ଟିଶକ୍ତି

  •  
  •  
  •  
  •  
  •  
  •  
  •  

ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ ଲଣ୍ଡନରେ କ୍ୟାନସରର ଚିକିତ୍ସା କରାଉଛନ୍ତି। ହାଇଗ୍ରେଡ୍‌ କ୍ୟାନସରରେ ପୀଡିତ ସୋନାଲି କିନ୍ତୁ ସବୁବେଳେ ସୋସିଆଲ ମିଡିଆରେ ରହୁଛନ୍ତି ଆକ୍ଟିଭ। କିଛିଦିନ ବ୍ୟବଧାନରେ ସେ ତାଙ୍କର ଫଟୋ ସହ କିଛି ବାର୍ତ୍ତା ମଧ୍ୟ ଶେୟାର କରୁଛନ୍ତି। ଆଉ ଏହାକୁ ନେଇ ତାଙ୍କ ପ୍ରଶଂସକ ମଧ୍ୟ ଅପେକ୍ଷା କରି ରହୁଛନ୍ତି ଆସନ୍ତା ବାର୍ତ୍ତାକୁ। କେତେକ ପ୍ରଶଂସକ ସୋସିଆଲ ମିଡିଆ ମାଧ୍ୟମରେ ସୋନାଲିଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରୁଛନ୍ତି। ନିକଟରେ ସୋନାଲି କହିଛନ୍ତି କେମୋଥେରାପି ଯୋଗୁ ତାଙ୍କ ଦୃଷ୍ଟିଶକ୍ତି ସମାନ୍ୟ କମିଥିବା ସେ ଲକ୍ଷ୍ୟ କରିଛନ୍ତି। କାରଣ ପଢାପଢିରେ ରୁଚି ରଖୁଥିବା ସୋନାଲି ଗତ ସପ୍ତାହରେ ତାଙ୍କର ପଢିବାରେ ସାମାନ୍ୟ ଅସୁବିଧା ହୋଇଥିବା କହିଥିଲେ। ହେଲେ ଏବେ ସେ ଠିକ୍‌ ଭାବେ ପଢାପଢି କରିପାରୁଥିବା ପ୍ରକାଶ କରିଛନ୍ତି।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...